ଝାଡଖଣ୍ଡରେ ଘୋର ଲଜ୍ଜା ! ସଚେତନତାର ବାର୍ତ୍ତା ବାଂଟିବା ପାଇଁ ଯାଇ ଗଣଦୁଷ୍କର୍ମର ଶିକାର ହେଲେ ୫ଜଣ ମହିଳା

77

କନକ ବ୍ୟୁରୋ : ରାଞ୍ଚିରେ ଗତକାଲି ପାଞ୍ଚଜଣ ମହିଳା ଗଣଦୁଷ୍କର୍ମ ହୋଇଥିବାର ଅଭିଯୋଗ ହୋଇଛି । ସମସ୍ତ ମହିଳାଙ୍କୁ କୋଚାଙ୍ଗ ନିକଟରେ ଗଣଦୁଷ୍କର୍ମ କରାଯାଇଥିବା ସେମାନେ କହିଛନ୍ତି । ଏହି ଘଟଣାଟି ଆର୍କି ଥାନା ଅଞ୍ଚଳରେ ଘଟିଛି । ଖବର ପାଇଲାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମହିଳା ମାନଙ୍କୁ ଉଦ୍ଧାର କରିବା ସହ ଡାକ୍ତର ମାଇନା ଲାଗି ନିକଟସ୍ଥ ମେଡିକାଲ ନେଇଥିବା ଜଣାପଡିଛି ।

ଗ୍ରାମବାସୀଙ୍କ କହିବା ଅନୁସାରେ ମହିଳାଙ୍କ ସହ ଦୁଷ୍କର୍ମ ହେଉଥିବା ସମୟରେ ପୁରା ୩ ଘଣ୍ଟାକାଳ ତାହାର ଭିଡିଓ ରେକର୍ଡ କରାଯାଇଛି । ଯଦି ପୋଲିସକୁ ଏହା ବିଷୟରେ ଜଣାଯାଏ ତେବେ ସମସ୍ତ ଭିଡିଓକୁ ଭାଇକାଲ କରିଦିଆଯିବ ।

RAPE-MURDER

ଏହି ଘଟଣାରେ ସେଠାକାର ଡିଆଇଜି କହିଛନ୍ତ, ଏହି ଘଟଣାଟି ଅତ୍ୟନ୍ତ ସମ୍ବେଦେନଶୀଳ । ତେବେ ଏହି ଘଟଣାଟି ରାଞ୍ଚିଠାରୁ ୯୦ କିଲୋମିଟର ଦୂରରେ ଘଟିଛି । ତେବେ ପୋଲିସ ନିଶ୍ଚିତ ଭାବରେ ଏଥିରେ ସମୃକ୍ତ ଥିବା ଦୋଷୀ ମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମସ୍ତ ପୀଡିତା ପାଠଲାଗଡିକୁ ସପୋର୍ଟ କରନ୍ତି ବୋଲି ଜଣାପଡିଛି । ତେବେ ଘଟଣା ଘଟିବାର ପ୍ରାୟ ୨ଦିନ ପରେ ଏହି ମାମଲା ରୁଜୁ କରାଯାଇଛି । ତେବେ ଘଟଣାର ନିଶ୍ଚିତ ରୂପେ ପର୍ଦ୍ଦାଫାସ କରାଯିବ ବୋଲି ଡିଆଇଜି କହିଛନ୍ତି ।

ଏହି ଘଟଣା ବିଷୟରେ ଆକ୍ରି ଥାନାର ଅଧିକାରୀ କହିଛନ୍ତି ଯେ, ଏହି ଘଟଣାର ତଦନ୍ତ ଏକ ସ୍ୱତନ୍ତ୍ର ପୋଲିସ ଟିମ କରୁଛନ୍ତି । ଏହି ଟିମ ବିଭିନ୍ନ ସ୍ଥାନରେ ଚଢଉ କରି ଦୋଷୀଙ୍କୁ ଧରିବା ଲାଗି ଚେଷ୍ଟା କରୁଛି । ତେଣୁ ପୋଲିସ ଉପରେ ବିଶ୍ୱାସ ଓ ଭରଷା ରଖିବା ସହ ପୋଲିସକୁ ତଦନ୍ତ ପକ୍ରିୟାରେ ସାହାଯ୍ୟ କରିବା ଲାଗି ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଦୋଷୀକୁ ଖୁବଶୀଘ୍ର ଆଇନର କାଠଗଡାରେ ଛିଡା କରାଯିବ ବୋଲି ସେ ଆଶ୍ୱାସନା ଦେଇଛନ୍ତି ।