ବହୁତ ଖାସ୍ ଅଟେ ଏହି ୫ଟି ଜିନିଷ । କାହା ସହ କରନ୍ତୁ ନାହିଁ ଶେୟାର

58

ବାପାମାଆ ସବୁବେଳେ ଛୋଟ ପିଲାମାନଙ୍କୁ ତାଗିଦ କରିଥାନ୍ତି ସାଙ୍ଗମାନଙ୍କ ସହ କଣ ଶେୟାର କରିବେ । ଏଥିପାଇଁ ବେଳେ ବେଳେ ଘରେ ମଧ୍ୟ ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହୋଇଥାଏ । ତେବେ ଜାଣନ୍ତୁ କେଉଁ ପାଂଚଟି ଜିନିଷକୁ ଆଉ କାହା ସହ ଶେୟାର କରିବେ ନାହିଁ । ଆସନ୍ତୁ ନଜର ପକାଇବା

ଜୋତା ବା ସ୍ଲିପର

ଘରକୁ ଅତିଥି ଆସିଲେ ଆମେ ସମସ୍ତେ ବାଥରୁମ ହେଉ ଅବା କୁଆଡେ ଯିବା ପାଇଁ ଆମେ ସମସ୍ତେ ନିଜର ଜୋତା ଦେଇଥାଉ । କିନ୍ତୁ ମନେରଖନ୍ତୁ ଏହା ଆପଣଙ୍କ ପାଇଁ ଜମା ଠିକ୍ ନୁହେଁ । ଜାଣିରଖନ୍ତୁ ଏହା କରିବ ଦ୍ୱାରା ଆପଣଙ୍କ ପାଦରେ ଫଙ୍ଗାଲ ଇନଫେକସନ ହୋଇପାରେ ।

ଲିପଷ୍ଟିକ

ମହିଳା ହୁଅନ୍ତୁ ଅବା ଯୁବତୀ ଜଣେ ଅନ୍ୟଜଣଙ୍କର ଲିପଷ୍ଟିକ ବ୍ୟବହାର କରୁଥିବା ଅନେକ ସମୟରେ ଦେଖିବାକୁ ମିଳିଥାଏ । ଯଦି ଆପଣ ଏପରି କରୁଥାନ୍ତି ତେବେ ସେଥିରୁ ବିରତ ରୁହନ୍ତୁ ,ନଚେତ ଆପଣଙ୍କ ଓଠ ଖରାପ ହେବା ସହ ଆପଣଙ୍କ ଓଠରେ କଳାଦାଗକୁ ଆପଣ ନିମନ୍ତ୍ରଣ କରୁଛନ୍ତି ବୋଲି ବୁଝିବାକୁ ପଡିବ ।

ତୈାଲିଆ

ସବୁଠୁ ଅଧିକା ଜୀବାଣୁ ବହନ କରିଥାଏ ତଉଲିଆ । ଜଣେ ଅନ୍ୟ ଜଣଙ୍କର ତଉଲିଆ ବ୍ୟବହାର କରିବା ଦ୍ୱାରା ଅଧିତ ଇନଫେକସନ ହେବାର ସମ୍ଭାବନା ଥାଏ । ଅନ୍ୟ ବ୍ୟକ୍ତି ବ୍ୟବହାର କରୁଥିବା ତଉଲିଆ ଆପଣ ବ୍ୟବହାର କଲେ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥାଏ ।

ପାନିଆ

ଆପଣ ଆଉ କାହାର ପାନିଆ ବ୍ୟବହାର କରୁଛନ୍ତି କି ? ସାବଧାନ ଆଉ କାହାର ପାନିଆରେ ମୁଣ୍ଡ କୁଣ୍ଡାନ୍ତୁ ନାହିଁ । ଏହା ଦ୍ୱାରା ଆପଣଙ୍କର ରୁପି ହେବା ସହ ଆପଣଙ୍କ ମୁଣ୍ଡ ସଂକ୍ରମିତ ହୋଇପାରେ ।

ହେଡଫୋନ

ଅଫିସରେ କାମ କରିବା ସମୟରେ ଜଣେ ଅନ୍ୟଜଣଙ୍କର ହେଡଫୋନ ବ୍ୟବହାର କରିଥାନ୍ତି । ଏହା କରିବା ଦ୍ୱାରା ହେଡଫୋନର ବ୍ୟାକ୍ଟେରିଆ ଆପଣଙ୍କ କାନରେ ଇନଫେକସନ କରାଇବା ସହ କାନକୁ ଖରାପ କରିବାରେ ସାହାଯ୍ୟ କରିଥାଏ ।