ପ୍ରୋପୋଜ-ଡେ’ରେ ଧ୍ୟାନ ଦିଅନ୍ତୁ ୫ଟି କଥା ଉପରେ !

67

କୁହାଯାଏ, ପ୍ରେମର ରଙ୍ଗ ଲାଗିଲେ ନିଆରା ଅନୁଭବ ହୋଇଥାଏ । ଆଉ ପ୍ରେମ ସପ୍ତାହରେ ନୂଆ ସାଥୀକୁ ଆପଣାର କରିବା ପାଇଁ ଆଜି ପାଳନ ହେଉଛି “ପ୍ରୋପୋଜ- ଡେ ବା ନିବେଦନ ଦିବସ’ ।  ପ୍ରେମିକ ଏବଂ ପ୍ରେମିକା ମାନଙ୍କ ପାଇଁ ଆଜିର ଦିନର ବହୁତ ମହତ୍ୱ ରହିଥାଏ । ଜଣେ ପ୍ରେମିକ ତା’ର ମନର କଥା କହିବା ପାଇଁ ଆଜିର ଦିନଟିକୁ ହିଁ ବାଛିଥାଏ । କିନ୍ତୁ ଆଜିର ଦିନପାଇଁ ମଧ୍ୟ କେତେକ କଥା ଉପରେ ଦୃଷ୍ଟି ଦେବାକୁ ପଡିଥାଏ । ଆସନ୍ତୁ ନଜର ପକାଇବା ପ୍ରୋପୋଜ କରିବା ପୂର୍ବରୁ କେଉଁ ସବୁ ଜିନିଷ ପ୍ରତି ଧ୍ୟାନ ଦେବା ଜରୁରୀ ଅଟେ ।

୧- ପ୍ରଥମରୁ ଗୋଟିଏ କଥା ଉପରେ ଧ୍ୟାନ ଦେବା ଉଚିତ୍ କୈାଣସି ବି ଝିଅକୁ ନିଜର ମନର କଥା କହିବା ଗୋଟିଏ ଦିନର କାମ ନୁହଁ, ପ୍ରଥମେ ନିଜର ମନର କଥା ପ୍ରେମିକା ଆଗରେ କହିବା ପୂର୍ବରୁ ତା’ହୃଦୟରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିବାକୁ ପଡିଥାଏ । ପ୍ରେମିକାର ହୃଦୟରେ ନିଜର ସ୍ଥାନ ତିଆରି କରିବା ପାଇଁ ପ୍ରଥମେ ତା’ର କେୟାର କରିବାକୁ ପଡିଥାଏ, ଏବଂ ଆବଶ୍ୟକ ସ୍ଥଳେ ତାକୁ ସାହାଯ୍ୟ ମଧ୍ୟ କରିବା ଜରୁରୀ ଅଟେ ।

୨- ପ୍ରୋପୋଜ କରିବା ପାଇଁ ଠିକ୍ ସ୍ଥାନର ଚୟନ କରିବାର ଆବଶ୍ୟକତା ହୋଇଥାଏ । ନିଜର ମନର କଥା କହିବା ପାଇଁ ଏମିତି ଏକ ସ୍ଥାନ ବାଛନ୍ତୁ ଯାହାକି ଉଭୟଙ୍କୁ ପସନ୍ଦ ହୋଇଥିବ, ଏହାବ୍ୟତୀତ ସେହି ଯାଗା ମଧ୍ୟ ଆପଣଙ୍କ ହୃଦୟକୁ ଛୁଇଁପାରୁଥିବ । ବେଶୀ ଭିଡ ସ୍ଥାନ ନ’ହୋଇ ନିରୋଳା ସ୍ଥାନ ହେଲେ ଭଲ ହୋଇଥାଏ ।

୩- ପ୍ରୋପୋଜ କରିବାର ଶୈଳୀ ମଧ୍ୟ କିଛି ଖାସ୍ ହେଲେ ଭଲ ହୋଇଥାଏ । ସବୁ ଝିଅଙ୍କର କିଛି ସ୍ୱପ୍ନ ରହିଥାଏ । ଆପଣ ମୁଦି ପିନ୍ଧାଇ ପ୍ରେମ ନିବେଦନ କରିପାରିବେ । ଏହାବ୍ୟତୀତ ଆପଣଙ୍କୁ ଯଦି ସାମ୍ନାରୁ କିଛି କହିବା ପାଇଁ ଅସୁବିଧା ହେଉଛି, ତ ଆପଣ ଚିଠି ମାଧ୍ୟମରେ ନିଜର ମନର କଥାକୁ ଆପଣଙ୍କ ପ୍ରେମିକାଙ୍କ ସାମ୍ନାରେ ରଖିପାରିବେ ।

୪- ପ୍ରୋପୋଜ କରିବା ବେଳେ ଗୋଟିଏ କଥା ଉପରେ ସବୁବେଳେ ଧ୍ୟାନ ରଖିବାକୁ ଭୁଲିବେ ନାହିଁ ଆପଣ ଚିଠିରେ ଆପଣଙ୍କ ପ୍ରେମିକାକୁ ଶ୍ରଦ୍ଧାରେ ଯେଉଁ ନା’ରେ ଡାକୁଥିବେ ସେ ନାଁକୁ ଚିଠିରେ ଉଲ୍ଲେଖ କରିବାକୁ ଭୁଲିବେନି ।

୫- ଶେଷରେ ଏକ ଗୁରୁତ୍ୱପୂର୍ଣ୍ଣ କଥା ଉପରେ ଦୃଷ୍ଟି ପକାଇବା ବହୁତ ଜରୁରୀ ଅଟେ । ଆଜିର ଦିନରେ ଆପଣଙ୍କ ପ୍ରେମିକାଙ୍କର ସାମ୍ନାକୁ ଆପଣ ସେ ପସନ୍ଦ କରୁଥିବା ପୋଷାକ ପିନ୍ଧି ଆସନ୍ତୁ । ପ୍ରେମିକାକୁ ଖୁସି କରିବା ପାଇଁ ଛୋଟ ଛୋଟ ମୁହୂର୍ତ ତା’ସହିତ ବିତାନ୍ତୁ । ଆପଣଙ୍କ ପ୍ରେମିକାଙ୍କର ଉପସ୍ଥିତି ଆପଣଙ୍କ ଜୀବନରେ କେତେ ମହତ୍ୱ ରଖିଥାଏ, ସେକଥା ତାଙ୍କୁ ମଧ୍ୟ ଜଣାଇବା ଉଚିତ୍ ।