ରାହୁଲଙ୍କ ପୂଜାର୍ଚ୍ଚନାରେ ସନ୍ତୁଷ୍ଟ ହେଲେ ଭଗବାନ ! ଗତକାଲିର ଫଳାଫଳକୁ ନେଇ ଜୋର ଧରିଛି ଏପରି ଚର୍ଚ୍ଚା

ରାହୁଲଙ୍କ ପୂଜାର୍ଚ୍ଚନାରେ ସନ୍ତୁଷ୍ଟ ହେଲେ ଭଗବାନ

214

କନକ ବ୍ୟୁରୋ : ଗତକାଲି ୫ ରାଜ୍ୟରେ ପ୍ରକାଶ ପାଇଥିବା ନିର୍ବାଚନ ଫଳାଫଳ କେବଲ ରାହୁଲ ଗାନ୍ଧୀଙ୍କ ପୂଜାର୍ଚ୍ଚନା ପାଇଁ ସଫଳ ହୋଇଛି ! ଏହା ଏଥିପାଇଁ କୁହାଯାଉଛି ଯେ, ରାହୁଲ ଗାନ୍ଧୀ ସେହି ୫ ରାଜ୍ୟର ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ଅନେକ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ। ତେଣୁ ଭଗବାନଙ୍କ ପୂଜାର୍ଚ୍ଚନା କରିବା ପରେ କଂଗ୍ରେସ ଦଳ ଏପରି ଭାବରେ ବିଜୟର ସ୍ୱାଦ ଚାଖିଲା ବୋଲି ଏବେ ପ୍ରଚାର ହେଉଛି ।

ଭୋଲାବାବାଙ୍କ ମିଳିଲା ଆଶୀର୍ବାଦ

କଂଗ୍ରେସ ଚଳିତ ଥର ମୋଦି ସରକାରଙ୍କ ବିରୋଧରେ ଥିବା ଚାଷୀ ଆନ୍ଦୋଳନକୁ ନିଜ ନିର୍ବାଚନ ଜିତିବା ପାଇଁ ବ୍ୟବହାର କଲା । ଏହାସହ ରାହୁଲ ଗାନ୍ଧୀ ବିଭିନ୍ନ ହିନ୍ଦୁ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା କାରଣରୁ ଏପରି ଫଳ ମିଳିଛି ବୋଲି କେତେ ନେତା ମଧ୍ୟ କହିଛନ୍ତି । ନିର୍ବାଚନ ପ୍ରଚାର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମସ୍ତ ରାହୁଲ ଦଳୀୟ ଇସ୍ତାହାର ସହ ବିଭିନ୍ନ ପ୍ରକାର ବିଷୟରେ ଲୋକମାନଙ୍କ ମନ ଜିତିବା ପାଇଁ ଚେଷ୍ଟା କରିଥିଲେ । କେଦାରନାଥ ମନ୍ଦିରଠାରୁ ଆରମ୍ଭ କରି ବିଶ୍ୱକର୍ମା ମନ୍ଦିର ପର୍ଯ୍ୟନ୍ତ ବିଭିନ୍ନ ଧର୍ମସ୍ଥାନକୁ ଯାଇ ଭଗବାନଙ୍କ ଆଶୀର୍ବାଦ ନେଇଥିଲେ । କେବଳ ଏତିକି ନୁହେଁ ସବୁଠାରୁ କଷ୍ଟ ଯାତ୍ରା କୁହାଯାଉଥିବା ମାନସୋରବର ଯାତ୍ରା ମଧ୍ୟ ଶ୍ରୀ ଗାନ୍ଧୀ ସମାପନ କରିଥିଲେ । ଏଥି କରିବା ପରେ ରାହୁଲଙ୍କୁ ଶିବ ଭକ୍ତ ବୋଲି କେହି କେହି କହିବାକୁ ଲାଗିଲେ ।

ନିଜ ଗୋତ୍ର କହିଲେ ରାହୁଲ ଗାନ୍ଧୀ

ଋାହୁଲ ଗାନ୍ଧୀ ନିଜ ଗୋତ୍ର କହିବା ପରେ ନ ବିବାଦ ଆହୁରି ତେଜିବାରେ ଲାଗିଥିଲା । ତେବେ ଅନେକ ସମୟରେ ବିରୋଧୀମାନେ ରାହୁଲଙ୍କ ଗୋତ୍ରକୁ ନେଇ ହଙ୍ଗାମା କରୁଥିବା ସମୟରେ ନିଜ ଗୋତ୍ର ସମ୍ପର୍କରେ ନିଜେ ରାହୁଲ ଏକ ମନ୍ଦିରରେ ସୂଚନା ଦେଇଥିଲେ । କହିଥିଲେ ସେ ବ୍ରାହ୍ଣଣ ବୋଲି । ତେବେ ନିର୍ବାଚନ ପାଇଁ ବିଜେପି ମଧ୍ୟ ପ୍ରଚାର ଜୋରସୋରରେ କରିଥିଲା । ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ମଧ୍ୟ ପ୍ରଚାର ଜୋରସୋରରେ କରିଥିଲେ । ଚଳିତଥର ବିଜେପିର ହିନ୍ଦୁତ୍ୱ ନୀତି ନିର୍ବାଚନରେ କାମ ଦେଲା ନାହିଁ ବୋଲି ଅନେକ କହିଛନ୍ତି । କେବଳ ଏତିକି ନୁହେଁ ବରଂ ରାହୁଲ ବାରମ୍ବାର ମନ୍ଦିର ଦର୍ଶନ ପାଇଁ ଯାଇଥିବାରୁ ଫଳାଫଳ ଏପରି ହୋଇଥିଲା ବୋଲି ସେ କହିଛନ୍ତି । ୨୦୧୪ ମସିହା ସାଧାରଣ ନିର୍ବାଚନ ସମୟରେ ବିଜେପି ଯାହାକୁ ବ୍ୟବହାର କରି ନିର୍ବାଚନ ବୈତରଣୀ ପାର ହୋଇଥିଲା । ଠିକ ଚଳିତଥର କଂଗ୍ରେସ ମଧ୍ୟ ଆପଣାଇଥିବା କେହି କେହି କହିବାକୁ ଲାଗିଲେଣି ।

ଗୁଜୁରାଟ ବିଧାନସଭା ନିର୍ବାଚନ ଦିନରୁ ଆରମ୍ଭ ହୋଇଥିଲା ମନ୍ଦିର ଦର୍ଶନ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗୁଜୁରାଟ ନିର୍ବାଚନ ସମୟରୁ ହିଁ ମନ୍ଦିର ଦର୍ଶନ ଆରମ୍ଭ କରିଥିଲେ । ସେଠାରେ ପାଖାପାଖି ୨୮ ମନ୍ଦିର ଯାଇ ଦେବାଦେବୀଙ୍କ ଦର୍ଶନ କରିଥିଲେ ରାହୁଲ । ତେବେ ସେହି ସମୟରେ ନିଜକୁ ଶ୍ରୀ ଗାନ୍ଧୀ ଶିବ ଭକ୍ତ ବୋଲି କହିଥିଲେ । ଏହାପରେ ବିବାଦ ଦେଖାଯାଇଥିଲା । ତେବେ ମନ୍ଦିର ଦର୍ଶନ ପରେ କିନ୍ତୁ କଂଗ୍ରେସକୁ ଫାଇଦା ମିଳିବାରେ ଲାଗିଥିଲା । ଗୋଟିଏ ପରେ ଗୋଟିଏ ରାଜ୍ୟରେ କଂଗ୍ରେସ ବିଧାନସଭା ନିର୍ବାଚନରେ ଭଲ ପ୍ରଦର୍ଶନ କରିବାକୁ ଲାଗିଥିଲା । ତେଣୁ ଗତକାଲିର ଫଳାଫଳ ଦେଖି ରାହୁଲ ମନ୍ଦିର ଯାଇ ଅନେକ ପୂଜାର୍ଚ୍ଚନା କରୁଥିବାରୁ ଏପରି ଭାବରେ ଫଳ ମିଳୁଛି ବୋଲି ଚର୍ଚ୍ଚା ଜୋର ଧରିଛି ।