କେରଳ ବନ୍ୟା ପରିସ୍ଥିତି ଉପରେ ଆକାଶ ମାର୍ଗରୁ ରହିଛି ନଜର ! ସେନାର ସାଥ ଦେଉଛି ଇସ୍ରୋର ସାଟେଲାଇଟ ।

44

କେରଳକୁ ଇଶ୍ୱରଙ୍କ ଘର ବୋଲି କୁହାଯାଇଥାଏ । କିନ୍ତୁ ଏବେ ଏହା ବନ୍ୟା କାରଣରୁ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଛି । ଅନେକ କ୍ଷୟ କ୍ଷତି ଘଟିଛି । ଅନେକ ଲୋକଙ୍କ ଜୀବନ ଗଲାଣି । ଲୋକମାନେ ଖାଇବା ତ ଦୁରର କଥା ପିଇବା ପାଇଁ ପାଣି ଟିକିଏ ବି ପାଉନାହାଁନ୍ତି । କେରଳର ବନ୍ୟା ପ୍ରଭାବିତ ଅଞ୍ଚଳ ଗୁଡିକରେ ଉଦ୍ଧଆର କାର୍ଯ୍ୟ ଜାରି ରହିଥିଲେ ସୁଦ୍ଧା ଏବେ ବି ଅନେକ ଲୋକ ଫସି ରହିଛନ୍ତି ।

ଭାରତୀୟ ମୌସୁମି ବିବାଗ ଅନୁସାରେ ମୌସୁମି ସିଜିନରେ କେରଳରେ ଏବେ ଯାଏ ପ୍ରାୟ ୪୨ ପ୍ରତିଶତ ବର୍ଷା ହୋଇଛି । ଗତ ଆଠ ଦିନ ହେବ ଏଠାରେ ସାମାନ୍ୟରୁ ଦୁଇଗୁଣା ଅଧିକ ବର୍ଷା ହୋଇଛି । ଅନେକ ଲୋକଙ୍କ ଜୀବନ ମଧ୍ୟ ଯାଇଛି, ଲୋକମାନେ ଖାଇବାକୁ ପାଉନାହାଁନ୍ତି । ତେବେ ପର୍ୟାବରଣ ବିଶେଷଜ୍ଞଙ୍କ କହିବା ଅନୁସାରେ ଏପରି ଘଟିବା ପଛରେ ଲୋକମାନଙ୍କ ହାତ ରହିଛି । କାରଣ ଦିନକୁ ଦିନ ଏଠାରେ ଜଙ୍ଗଲ କଟାଯାଇ ପର୍ଯ୍ୟଟନ ସ୍ଥଳି ବନାଯାଉଛି । ଯାହା ବନ୍ୟାର ମୁଖ୍ୟ କାରଣ ପାଲଟିଛି ।

ଆକାଶ ମାର୍ଗରୁ ବନ୍ୟା ପରିସ୍ଥିତି ଉପରେ ନଜର ରଖୁଛି ଇସ୍ରୋ 

କେରଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ପୂର୍ବରୁ କେନ୍ଦ୍ରିୟ ଗୃହ ମନ୍ତ୍ରଣାଳ୍ୟ ତରଫରୁ ହୋଇଥିବା ଏକ ଆକଳନ ଅନୁଯାୟୀ, କେରଳରେ ବନ୍ୟା ପରିସ୍ଥିତିକୁ ନେଇ ୧୦ଟି ରାଜ୍ୟକୁ ସତର୍କ ସୂଚନା ଜାରି କରାଯାଇଥିଲା । ରାଜ୍ୟ ଗୁଡିକ ବିପଦ ଶଙ୍କୁଳ ଘେରରେ ଥିବା ରିପୋର୍ଟ ମିଳିବା ସତ୍ୱେ ବି ଏହା ଉପରେ କେରଳ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ଯାହାଫଳରେ କେରଳରେ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏବେ ବନ୍ୟାରେ ଫସି ରହିଥିବା ଲୋକମାନଙ୍କୁ ବିଭିନ୍ନ ଉପାୟରେ ଉଦ୍ଧାର କରାଯାଉଛି । ସେନା, ଏନଡିଆରଏଫ ଟିମ ଗୁଡିକୁ ଏଠାରେ ମୁତୟନ କରାଯାଇଛି । କେରଳରୁ ଲୋକମାନଙ୍କୁ ରକ୍ଷା କରିବା ଏବଂ ସେନାଙ୍କୁ ସାହାଯ୍ୟ କରିବା ପାଇଁ ଆକାଶମାର୍ଗରେ ଉପସ୍ଥିତ ଥିବା ଇସ୍ରୋର ପାଞ୍ଚଟି ଉପଗ୍ରହ ଦେବଦୁତ ସାଝିଛନ୍ତି । ଅନ୍ତରିକ୍ଷରୁ ବନ୍ୟା ପ୍ରଭାବି ଅଞ୍ଚଳ ଗୁଡିକ ଉପରେ ନିରିକ୍ଷଣ କରୁଛି । ଏହା ଦ୍ୱାରା ବନ୍ୟା ପରିସ୍ଥିତିର ସଠିକ ସୂଚନା ମିଳିପାରୁଛି ।