ପାଞ୍ଚ ଜଣ ବନ୍ଧୁ ମିଶି ତିଆରି କଲେ ରୋଟି ବ୍ୟାଙ୍କ୍ ! ପ୍ରତିଦିନ ଭରୁଛନ୍ତି ଶହ ଶହ ଗରିବଙ୍କ ପେଟ

45

ଭାରତ ଏକ ବିକାଶଶୀଳ ଦେଶ । ଏବେ ଭାରତର ଅର୍ଥନୀତି ଦ୍ରୁତ ଗତିରେ ବଢ଼ୁଛି ବୋଲି ସରକାର କହୁଛନ୍ତି । ତଥାପି ଆଜିବି ଆମ ଦେଶରେ ଭୋକରେ ଲୋକଙ୍କ ମୃତ୍ୟୁ ହେଉଛି । ଦ୍ରାରିଦ୍ର୍ୟ ସୀମାରେଖା ତଳେ ଏବେ ବି ଅନେକ ଲୋକ । ତେବେ ଗରିବ ଓ ଦୁସ୍ଥ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସରକାର ଅନେକ ଯୋଜନା କରିଥିଲେ ମଧ୍ୟ ସବୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ । ତେବେ ଯେଉଁଠି ସରକାର ସାଧାରଣ ଜନତାଙ୍କ ପାଖରେ ପହଞ୍ଚିପାରୁ ନାହାନ୍ତି , ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସୁଛନ୍ତି । ବିଳାସପୁରର ସହରରେ ଅଛନ୍ତି ୫ ଜଣ ବନ୍ଧୁ, ଯେଉଁମାନେ ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ମହାନ କାମ କରୁଛନ୍ତି । କାରଣ ଆଜିକା ସମୟରେ ଅନ୍ୟ ପାଇଁ କାହା ପାଖରେ ସମୟ । ସମସ୍ତେ ନିଜ କର୍ମମୟ ଜୀବନ ଭିତରେ ଖୁବ୍ ବ୍ୟସ୍ତ । ଅନ୍ୟପାଇଁ ସମୟ ନାହିଁ ।

ବିଳାସପୁର ସହରର ୫ ଜଣ ବନ୍ଧୁ ଗରିବଙ୍କୁ ସାହାଯ୍ୟ ପାଇଁ ଖୋଲିଛନ୍ତି ରୋଟି ବ୍ୟାଙ୍କ । ସୂଚନା ଅନୁସାରେ ୫ ଜଣ ଯାକ ବ୍ୟବସାୟୀ । ଆଉ ଉଭୟଙ୍କ ଦୋକାନ ପାଖାପାଖି ରହିଛି । ସବୁଠାରୁ ବଡ଼ କଥା ହେଲା ଏମାନେ ଏପରି କିଛି କରୁଛନ୍ତି, ଯାହା ସରକାର ମଧ୍ୟ କରିପାରି ନାହାନ୍ତି । ୫ ଜଣଯାକ ସାଙ୍ଗ ୩ ବର୍ଷ ପୂର୍ବରୁ ଏଗ ରୋଟି ବ୍ୟାଙ୍କ୍ ଖୋଲିଥିଲେ । ସେମାନେ ସବୁଦିନ ସହରର ଭିନ୍ନ ଭିନ୍ନ ମେଡ଼ିକାଲ ଯାଇ ପ୍ରତିଦିନ ଗରିବ ଶ୍ରେଣୀର ଲୋକଙ୍କୁ ଭେଟନ୍ତି ଏବଂ ସେମାନଙ୍କୁ ଖାଇବା ଯୋଗାନ୍ତି । କେବଳ ଭୋଜନ ନୁହେଁ ଅନ୍ୟ ଦରକାରୀ ଜିନିଷ ମଧ୍ୟ ଯୋଗାଇଥାଆନ୍ତି ।

ରୋଟି ବ୍ୟାଙ୍କ ଚଳାଉଥିବା ୫ ଜଣଙ୍କ ସାଙ୍ଗ ମଧ୍ୟରେ ପ୍ରବୀଣ କୁମାର, ରାଜ ସାଧବାନୀ, ଅଭିଷେକ ମିଶ୍ରା, ରାଜେଶ ଚନ୍ଦବାନି ଓ ନବୀନ କୋଠୁରୱାର ୧୫ ବର୍ଷ ପୂର୍ବେ ବନ୍ଧୁତାର ପବିତ୍ର ଡ଼ୋରରେ ବାନ୍ଧି ହୋଇଥିଲେ । ସମସ୍ତେ ବ୍ୟବସାୟୀ ଏବା ସମସ୍ତଙ୍କ ଦୋକାନ ଲାଗିଲାଗି ରହିଛି । ସେମାନେ ଜଣେ ଜଣକୁ କାମରେ ସାହାଯ୍ୟ କରିବା ସହ ସାମାଜିକ କାମ ମଧ୍ୟ ଏକାଠି କରନ୍ତି । ସମସ୍ତଙ୍କ ବନ୍ଧୁତା ଏବେ ସମାଜ ପାଇଁ ଉଦାହରଣ ସୃଷ୍ଟି କରୁଛି । ସୂଚନା ଅନୁସାରେ ଉଭୟଙ୍କେ ମଧ୍ୟରେ କୌଣସି ମନୋମାଳିନ୍ୟ ନାହିଁ ।