ଭଗବାନ ଭରସା ! ମହିଳାଙ୍କ ଗଳାରେ ପଶିଲା ପାଂଚଫୁଟର ଲୁହାଛଡ । ଡାକ୍ତରଙ୍କ ତିନି ଘଂଟାର ଅସ୍ତ୍ରୋପଚାପ ପରେ ପାଇଲେ ନୂଆ ଜୀବନ ।

28

ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ । ଏହାର ସତ୍ୟତା ପୁଣିଥରେ ଦେଖିବାକୁ ମିଳିଛି ବିହାରରେ । ଜଣେ ମହିଳାଙ୍କ ବେକରେ ପାଂଚ ଫୁଟର ଲୁହା ଛଡ ପଶିଯିବା ପରେ ବି ମହିଳା ଜଣଙ୍କ ମରଣ ମୁହଁରୁ ବଂଚିଯାଇଛନ୍ତି । ବିହାର ରାଜଧାନୀ ପାଟନାରେ ଏଭଳି ଅବାବନୀୟ ଘଟଣା ଦେଖିବାକୁ ମିଳିଥିଲା । ମହିଳା ଜଣକ ହେଲେ ରାଧିକା ଦେବୀ ।

ଲୁହାଛଡ଼ ପଶିବା ପରେ ତାଙ୍କର ନିଶ୍ୱାସ ଚାଲୁଥିଲା ସିନା କିନ୍ତୁ ସେ କୌଣସି ଅଙ୍ଗକୁ ଚଳପ୍ରଚଳ କରି ପାରୁ ନଥିଲେ। ରକ୍ତ ବୋହିବାରେ ଲାଗିଥିଲା। ଡାକ୍ତରି ଦଳ ୩ଘଣ୍ଟା ଅପରେସନ ପରେ ମହିଳାଙ୍କ ଗଳାରୁ ୫ଫୁଟର ଲୁହାଛଡ଼ ବାହାର କରିବାରେ ସଫଳ ହୋଇଥିଲା।

ବିହାରର ମୁଜଫରପୁର ଜିଲ୍ଲାରେ ରହୁଥିବା ରାଧିକା ଦେବୀଙ୍କ ଛାତ ତିଆରି ଚାଲିଥିବା ସମୟରେ ତାଙ୍କ ଗୋଡ ଅନ୍ୟମନସ୍କତା ହେତୁ ଖସି ଯାଇଥିଲା ଓ ସେ ତଳେ ପଡିଯାଇଥିଲେ । ତଳେ ପଡିଥିବା ଲୁହା ଛଡ ତାଙ୍କ ଗଳାରେ ପଶିଯାଇଥିଲା । ମହିଳା ଜଣକ ଖୁବ ଯନ୍ତ୍ରଣାରେ ଚିତ୍କାର କରି ତାଙ୍କ ଆଖପାଖରେ ଥିବା ଲୋକଙ୍କୁ ସାହାଯ୍ୟ ପାଇଁ ଡକାଇଥିଲେ। ଖବର ପାଇ ତାଙ୍କ ପରିବାର ଲୋକ ରାଧିକାଙ୍କ ପାଖରେ ପହଞ୍ଚି ତିଳେ ମାତ୍ର ଡେରି ନକରି ମହିଳାଙ୍କୁ ତୁରନ୍ତ ଡାକ୍ତରଖାନାରେ ନେଇ ଭର୍ତ୍ତି କରିଥିଲେ।

ମହିଳାଙ୍କ ଅସ୍ତ୍ରୋପଚାର କରିଥିବା ଡାକ୍ତରଙ୍କ କହିବାନୁସାରେ, ମହିଳାଙ୍କ ଜୀବନ ବଞ୍ଚାଇବା ପଛରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ତାଙ୍କ ପରିବାରବର୍ଗଙ୍କ ରହିଥିଲା। କାରଣ ମହିଳାଙ୍କ ଗଳାରେ ଯେତବେଳେ ଲୁହାଛଡ଼ ପଶିଲା ସେ ମହିଳାଙ୍କୁ କୌଣସି ପ୍ରକାରେ ବିଚଳିତ କରି ନଥିଲେ, କି ଲୁହାଛଡ଼କୁ ବାହାର କରିବାକୁ ଚେଷ୍ଟା ନକରି ଡାକ୍ତରଖାନା ନେଇ ଆସିଥିଲେ।

ଯଦି ଲୁହାଛଡ଼ ବାହାର କରିବା ପାଇଁ ଚେଷ୍ଟା କରିଥାଆନ୍ତେ ତେବେ ମହିଳାଙ୍କ ଗଳାରୁ ଅତ୍ୟଧିକ ରକ୍ତସ୍ରାବ ସହିତ ଜୀବନ ଚାଲିଯିବାର ଆଶଙ୍କା ଥିଲା । ମହିଳାଙ୍କ ଗଳାରେ ପଶିଥିବା ଲୁହାଛଡକୁ ଖଣ୍ଡଖଣ୍ଡ କରି ପ୍ରଥମେ କଟା ଯାଇଥିଲା ତା’ପରେ ଯାଇ ଅସ୍ତ୍ରୋପଚାର କରାଯାଇଥିଲା। ତିନିଘଣ୍ଟା ଅସ୍ତ୍ରୋପଚାର ପରେ ମହିଳାଙ୍କ ଗଳାରୁ ଲୁହାଛଡ଼କୁ ସଫଳତାର ସହ ବାହାର କରାଯାଇଥିଲା। ଏବେ ମହିଳା ସୁସ୍ଥ ଅଛନ୍ତି।