ଲୋକସଭା ନିର୍ବାଚନ ୨୦୧୯ : ୫ଟି ଡିଜିଟାଲ ଉପାୟରେ ଜନତାଙ୍କ ନିକଟତର ହେବେ ନେତା

108

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ଗୁଡ଼ିକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ଏବେ ଠାରୁ ନିର୍ବାଚନୀ ରାଲି ଆରମ୍ଭ କରିଦେଲେଣି । ତେବେ କୁହାଯାଉଛି ଚଳିତ ବର୍ଷ ନିବାଚନ ଡିଜିଟାଲ ପ୍ଲାଟଫର୍ମରେ ଲଢ଼ାଯିବ । ଡିଜିଟାଲ ମାଧ୍ୟମକୁ ଅସ୍ତ୍ର କରିବେ ସମସ୍ତ ରାଜନୈତିକ ଦଳ । ନିର୍ବାଚନୀ ବିଶେଷଜ୍ଞ ଅନୁସାରେ ଚଳିତ ଥର ନିର୍ବାଚନ ସବୁଥର ଠାରୁ ଖୁବ ଭିନ୍ନ ହେବ । ସାଇବର ସ୍ପେସକୁ ବ୍ୟବହାର କରିବା ପାଇ ରାଜନୈତିକ ଦଳ ଗୁଡ଼ିକ ପ୍ରସ୍ତୁତି କରୁଛନ୍ତି ।

ଲୋକସଭା ନିର୍ବାଚନ ୨୦୧୪ ତୁଳନାରେ ଚଳିତ ଥର ରାଜନୈତିକ ଦଳ ଗୁଡ଼ିକୁ ହ୍ୱାଟସଆପ ପରି ଏକ ବଡ଼ ତଥା ନୂଆ ମାଧ୍ୟମ ମିଳିଛି । ହ୍ୱାଟସଆପ୍ ଉପଭୋକ୍ତାଙ୍କ ସଂଖ୍ୟାକୁ ନେଇ ଜାରି ହୋଇଥିବା ରିପୋର୍ଟ ଅନୁସାରେ ପାଂଚ ବର୍ଷରେ ଫେସବୁକ ଓ ଅନ୍ୟ ସୋସିଆଲ ସାଇଟ୍ ତୁଳନାରେ ଏହାର ବ୍ୟବହାରକାରୀ ସଂଖ୍ୟା ସର୍ବାଧିକ । ତେବେ ରାଜନୈତିକ ଦଳ ଗୁଡ଼ିକ ଟାର୍ଗେଟରେ ଏବେ ହ୍ୱାଟସଆପ୍ । ଅନ୍ୟ ସୋସିଆଲ ସାଇଟ୍ ବ୍ୟତୀତ ହ୍ୱାଟସଆପକୁ ଅଗ୍ରାଧିକାର ଦିଆଯାଉଛି । କୁହାଯାଉଛି ଚଳିତ ଥର ଡିଜିଟାଲ ମୁଭିଂ ସ୍କ୍ରିନ୍, ହ୍ୱାଟସଆପ୍, ଫେସବୁକ୍, ନମୋ ଆପ୍ ଓ ଶକ୍ତି ଆପକୁ ନିର୍ବାଚନୀ ଅସ୍ତ୍ର କରାଯିବ ।

ଡିଜିଟାଲ ମୁଭିଂ ସ୍କ୍ରିନିଂ – ଚଳିତ ଥର ରାଜନୈତିକ ଦଳ ଗୁଡ଼ିକ ସହର ବ୍ୟତୀତ ଗାଁ ଗୁଡ଼ିକ ଉପରେ ଟିକିଏ ଅଧିକ ଫୋକସ୍ କରୁଛନ୍ତି । ମୁଖ୍ୟତଃ ଅପନ୍ତରା ସ୍ଥାନକୁ ଟାର୍ଗେଟରେ ରଖାଯାଇଛି । ଚଳିତ ଥର ଡିଜିଟାଲ ମୁଭିଂ ସ୍କ୍ରିନକୁ ଅଧିକ ପ୍ରାଧାନ୍ୟ ଦିଆଯିବ । ଡିଜିଟାଲ ସ୍କ୍ରିନିଂ ଜରିଆରେ ଲୋକଙ୍କୁ ଭିଡ଼ିଓ ମାଧ୍ୟମରେ ଲୋକହିତକର ଯୋଜନା ବିଷୟରେ ଅବଗତ କରାଯିବ । ଯାହା ଅଧିକ ପ୍ରଭାବୀ ହେବ ବୋଲି ଆଶାକରାଯାଉଛି ।

ହ୍ୱାଟସଆପ୍ – ବର୍ତ୍ତମାନ ସମୟରେ ସମସ୍ତ ହ୍ୱାଟସଆପ ବ୍ୟବହାର କରୁଛନ୍ତି । ହ୍ୱାଟସଆପ ମାଧ୍ୟମରେ ନିର୍ବାଚନ ପ୍ରଚାର କଲେ ଅଧିକ ପ୍ରଭାବଶାଳୀ ହେବ । ସହର ଗୁଡ଼ିକ ବ୍ୟତୀତ ଗାଁ ଗୁୁଡ଼ିକରେ ମଧ୍ୟ ହ୍ୱାଟସଆପ୍ ବ୍ୟବହାରକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗଛି ।

ନମୋ ଆପ୍ – କେନ୍ଦ୍ର ସରକାର ଏହି ଆପ୍ ଜରିଆରେ ବିଭିନ୍ନ ଜନହିତକର ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରୟାସ ଜାରି ରଖିଛି ।

ଶକ୍ତି ଆପ୍ – କଂଗ୍ରେସ ଦଳ ଏହି ଆପ ଜରିଆରେ ଲୋକଙ୍କ ନିକଟତର ହେବାକୁ ଚେଷ୍ଟା କରିବ । ଭବିଷ୍ୟତରେ କେଉଁ କେଉଁ ଯୋଜନା ଉପରେ ଦଳ ଫୋକସ୍ କରିବ, ସେ ନେଇ ଲୋକଙ୍କୁ ଅବଗତ କରାଇବ ।

ଫେସବୁକ୍ – ଚଳିତ ଥର ଫେସବୁକକୁ ସମସ୍ତ ରାଜନୈତିକ ଦଳ ଗୁଡ଼ିକ ବହୁଳ ବ୍ୟବହାର କରିବେ ବୋଲି ସ୍ପଷ୍ଟ ଜଣାପଡ଼ୁଛି । ସୂଚନାଯୋଗ୍ୟ ୨୦୧୪ରେ ମଧ୍ୟ ଫେସବୁକକୁ ନିର୍ବାଚନ ପ୍ରଚାର ପାଇଁ ବଡ଼ ମାଧ୍ୟମ କରାଯାଇଥିଲା ।