କ’ଣ ଝିଅ ଜନ୍ମ ନେବା ପାପ ? ୯ ବର୍ଷ ଛୋଟ ଝିଅର ଗଣଦୁଷ୍କର୍ମ ପରେ ଆଖି ତାଡିବା ସହ ଗୁପ୍ତାଙ୍ଗରେ ଏସିଡ୍ ଢାଳିଲେ ଦୁର୍ବୃତ ।

51

ଜମ୍ମୁ-କଶ୍ମୀରର ବାରାମୁଲ୍ଲା ଜିଲ୍ଲାରେ ୯ ବର୍ଷର ଛୋଟ ଝିଅ ପ୍ରତି ଦୁର୍ବୃତମାନେ କ୍ରୁରତାର ସବୁ ସୀମା ପାର କରିଦେଇଛନ୍ତି । ପୋଲିସର ଜାଞ୍ଚ୍ ପରେ ଜଣାପଡିଥିଲା ଯେ ଗଣଦୁଷ୍କର୍ମ କରିବା ପରେ ଅଭିଯୁକ୍ତ ମାନେ ଝିଅଟିର ଆଖି ତାଡିନେବା ସହ ଗୁପ୍ତାଙ୍ଗରେ ଏସିଡ୍ ଢାଳିଦେଇଥିଲେ । ଯାହାଦ୍ୱାରା ଝିଅଟି ଛଟପଟ ହୋଇ ଜୀବନ ହାରିଥିଲା । ତେବେ ମାନବତାର ମହାନତାରେ କାଳି ବୋଳିଥିବା ଅପରାଧରେ ପୀଡିତାର ସାବତ ମା’,ସାବତ ଭାଇ ସମେତ ପାଞ୍ଚ ଜଣ ଅପରାଧିଙ୍କୁ ପୋଲିସ୍ ଗିରଫ କରିବାରେ ସଫଳ ହୋଇଛି । ଅପରାଧିଙ୍କ ମଧ୍ୟରେ ଦୁଇଜଣ ନାବାଳକ ମଧ୍ୟ ସାମିଲ ଅଛନ୍ତି ।

ତେବେ ସେପ୍ଟେମ୍ବର ୨ ତାରିଖରେ ପୀଡିତାର ଶବ ଘରଠାରୁ ୧ କି.ମି. ଦୂର କଚ୍ଚା ସଡକରେ ମିଳିଥିଲା । ପୂର୍ବରୁ ପିତା ଝିଅର ନିଖୋଜ ହେବା ନେଇ ଥାନାରେ ଏତଲା ଦେଇଥିଲେ ଏବଂ ପୋଲିସ୍ ଟିମ୍ ଗଠନ କରି ଖୋଜାଖୋଜି କରିବା ଆରମ୍ଭ କରିଥିଲା । ଗୋଟିଏ ଦିନ ପରେ ହିଁ ଝିଅର ଶବ ମିଳିଯାଇଥିଲା କିନ୍ତୁ ତଦନ୍ତ ପରେ ଜଣାପଡିଲା ଯେ ଘରଲୋକ ହିଁ ଝିଅଟିର ମୃତ୍ୟୁ ପଛରେ ଦାୟୀ ଥିଲେ । ସାବତ ମା’ ହିଁ ଏହି ହତ୍ୟାପଛରେ ଖଳନାୟିକା ସାଜିଥିଲା । ତଦନ୍ତରୁ ଜାଣିବାକୁ ମିଳିଛି ଯେ ପୀଡ଼ିତାଙ୍କ ସାବତମାଆ ଆରମ୍ଭରୁ ହିଁ ତାଙ୍କ ସ୍ୱାମୀଙ୍କର ଦ୍ୱିତୀୟ ପତ୍ନୀ ଓ ପିଲାଙ୍କ ଉପରେ ନିଜର ଅସୁୟା ଭାବ ପ୍ରକାଶ କରି ଆସୁଥିଲେ । ମହିଳା ଜଣକ ନିଜ ସାବତ ଝିଅକୁ ରାସ୍ତାରୁ ହଟାଇବାକୁ ଚାହିଁ ଏକ ଜଙ୍ଗଲିଆ ଅଞ୍ଚଳକୁ ନେଇଗଲେ । ସେଠାରେ କୁନି ଝିଅକୁ ତା’ର ୧୪ ବର୍ଷିଅ ସାବତ ଭାଇ ଦୁଷ୍କର୍ମ କରିଥିଲା । ଏହି ଦୁଷ୍କର୍ମ ସମୟରେ ସାବତ ଭାଇର ମାଆ ଓ ବନ୍ଧୁ ମଧ୍ୟ ସେଠାରେ ଉପସ୍ଥିତ ଥିଲେ ।