ସାହାଯ୍ୟ କରି ଜୀବନ ହାରିଲେ ପୋଲିସ ବାବୁ ! ଗାଡ଼ି କିଣିବା ପାଇଁ ଉଧାର ନେଲେ, ଟଙ୍କା ମାଗିବାରୁ ହତ୍ୟା କଲେ 

127

କନକ ବ୍ୟୁରୋ : ଗାଡ଼ି କିଣିବା ପାଇଁ ପୋଲିସ ବାବୁଙ୍କ ଠାରୁ ୮ ଲକ୍ଷ ଟଙ୍କା ଉଧାର ନେଲେ । ହେଲେ ଋଣ ଟଙ୍କା ପରିଶୋଧ କରିବାକୁ କହିବାରୁ ଅଭିଯୁକ୍ତଙ୍କ ରୋଷର ଶିକାର ହେଲେ ପୋଲିସ ବାବୁ । ସାହାଯ୍ୟ କରି ଜୀବନ ହାରିଲେ । ନିକଟରେ ଦିଲ୍ଲୀ ପୋଲିସର ଜଣେ କନେଷ୍ଟବଳଙ୍କ ହତ୍ୟା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରାଯାଇଛି । ପୋଲିସର ସୂଚନା ଅନୁସାରେ କନେଷ୍ଟବଳ ଅଭିଯୁକ୍ତଙ୍କୁ ଉଧାର ଦେଇଥିଲେ । ତେବେ ଉଧାର ଟଙ୍କା ମାଗିବାରୁ ଟଙ୍କା ପରିଶୋଧ ବଦରେ ତାଙ୍କ ଜୀବନ ଚାଲିଗଲା ।

ସୂଚନା ଅନୁସାରେ ଦିଲ୍ଲୀର ରୋହିଣୀ ନିବାସୀ ଦିନେସଙ୍କ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ହେଲେ ନରେନ୍ଦ୍ର । ସେ  ଦିଲ୍ଲୀ ପୋଲିସର ଜଣେ କନେଷ୍ଟବଳ ଦିନେଶଙ୍କ ଠାରୁ ଗାଡ଼ି କିଣିବା ପାଇଁ ଟଙ୍କା ନେଇଥିଲେ । ହେଲେ ଟଙ୍କା ପରିଶୋଧ କରିବା ବଦଳରେ ସେ ସାହିଲ, ନିତେଶ, ଅଙ୍କିତ ଓ ଆଉ ଜଣେ ଅଭିଯୁକ୍ତଙ୍କ ସାହାଯ୍ୟରେ ଦିନେଶକୁ ହତ୍ୟା କରିଥିଲେ । ତେବେ ଏବେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ୍ । ୨୯ ନଭେମ୍ବରରେ ଦିନେଶଙ୍କ ଶବ ବୁଦାମୂଳରୁ ମିଳିଥିଲା ।

ଯାଂଚରୁ ଜଣାପଡ଼ିଛି ନରେନ୍ଦ୍ର ଦିନେଶଙ୍କ ପାରିବାରିକ ବନ୍ଧୁ ଥିଲେ । ଏବଂ ନରେନ୍ଦ୍ର ଟାକ୍ସି କିଣିବା ପାଇଁ ଆଠ ଲକ୍ଷ ଟଙ୍କା ଉଧାର ନେଇଥିଲେ । ପଚଳାଉଚରା ପରେ ଅଭିଯୁକ୍ତ କହିଛି ଟଙ୍କା ଫେରାଇବା ପାଇଁ ବାରମ୍ବାର ଚାପ ପକାଉଥିଲା ଦିନେଶ । ତେଣୁ ଅନ୍ୟଉପାୟ ନପାଇ ସେ ତାଙ୍କୁ ହତ୍ୟା କରିଥିଲେ । ମୃତ ଦିନେଶ ୨୮ ନଭେମ୍ବର ଦିନ ପାଖାପାଖି ୧୧.୪୦ ପର୍ଯ୍ୟନ୍ତ ଘରୁ ବାହାରି ଥିଲେ । ଆଉ ତା’ପରେ ଅଭିଯୁକ୍ତମାନେ ତାଙ୍କର ପିଛା କରିଥିଲେ ଏବଂ ତଂଟି ଚିପି ହତ୍ୟା କରିଥିଲେ ।