ଷ୍ଟଣ୍ଟ ମ୍ୟାନଙ୍କ ଜୀବନ ବୀମା ପାଇଁ ଅକ୍ଷୟ କୁମାରଙ୍କ ଅଭିଯାନ !

74

ଷ୍ଟଣ୍ଟ ମ୍ୟାନଙ୍କ ଜୀବନ ବୀମା ପାଇଁ ଆଗେଇ ଆସିଲେ ଅକ୍ଷୟ କୁମାର । ସିନେମା ଇଣ୍ଡଷ୍ଟ୍ରିରେ କାମ କରୁଥିବା ସବୁ ଷ୍ଟଣ୍ଟମ୍ୟାନ୍ ଏବଂ ଓମେନ୍ ମାନଙ୍କ ପାଇଁ ଏକ ଜୀବନ ବୀମା ରାଶି ବ୍ୟବସ୍ଥା କରିବା ଦିଗରେ ପଦେକ୍ଷପ ନେଉଛନ୍ତି ଅକ୍ଷୟ କୁମାର ।

ଏନେଇ ଏକ ଅଭିଯାନ୍ ଆରମ୍ଭ କରିବାକୁ ଯାଉଛନ୍ତି ଅକ୍ଷୟ କୁମାର । ସିନେମା ଜଗତରେ କାମ କରୁଥିବା ଷ୍ଟଣ୍ଟ ମ୍ୟାନ୍ ଓ ଓମେନ୍ ମାନଙ୍କୁ ୧୦ ଲକ୍ଷ ଟଙ୍କାର ଇନସ୍ୟୁରାନ୍ସ ବ୍ୟବସ୍ଥା କରାଯିବ । କୁହାଯାଉଛି ଭାରତୀୟ ସିନେମା ଜଗତରେ ଏହା ପ୍ରଥମ ପଦକ୍ଷେପ ।

ଏହା କାର୍ଯ୍ୟକାରୀ ହେଲେ ସମସ୍ତ ଷ୍ଟଣ୍ଡ ମ୍ୟାନ୍ ମାନେ ଉପକୃତ ହେବେ । ଷ୍ଟଣ୍ଡମ୍ୟାନ୍ ଭାବେ କ୍ୟାରିୟର ଆରମ୍ଭ କରିଥିବା ଅକ୍ଷୟ, ଆକ୍ସନ ସିନେମା ପାଇଁ ବେଶ ପରିଚିତ । ସେଥିପାଇଁ ଏଭଳି ଏକ ପଦକ୍ଷେପ ନେଉଥିବା ଜଣାପଡ଼ିଛି ।