ବାତ୍ୟା ଉଜାଡିଦେଲା କୁଳବେଉସା ! ଚିନ୍ତାରେ ମତ୍ସଜୀବୀ ପରିବାର, କେବେ ସଜାଡି ହେବ ପରିବାର

ଫୋନି ମାଡରେ ଆଣ୍ଠେଇ ପଡିଥିବା ମତ୍ସ୍ୟଜୀବୀ ପୁଣି ଥରେ ଅଂଟା ସଳଖୁଛନ୍ତି

47

କନକ ବ୍ୟୁରୋ : ଫୋନି ମାଡରେ ଆଣ୍ଠେଇ ପଡିଥିବା ମତ୍ସ୍ୟଜୀବୀ ପୁଣି ଥରେ ଅଂଟା ସଳଖୁଛନ୍ତି । ଝଡ ତୋଫାନରେ ନଷ୍ଟ ହୋଇଯାଇଛି ମାଛମରା ଡଙ୍ଗା ଓ ଜାଲ । ପ୍ରକୃତିର କରାଳ ରୂପରେ କୌଳିକ ବୃତି ପେଶି ହୋଇଯିବା ପର ପେଟ ପାଟଣା ଚିନ୍ତାରେ କାକଟପୁର ଓ ଅସ୍ତରଙ୍ଗର ମତ୍ସ୍ୟଜୀବୀ । ବାତ୍ୟାର ୧୨ ଦିନ ପରେ ଦେବୀ ନଦୀରୁ ମାଛ ମାରି ପରିବାର ପେଟକୁ ଦାନା ଦେବା ପାଇଁ ପୁଣି ବାହାରି ଯାଇଛନ୍ତି ସେମାନେ ।

ତେବେ ବର୍ତମାନ ସମୟରେ ପରିବାର ଚିନ୍ତାରେ ମତ୍ସଜୀବୀ । କେମିତି ପୁଣି ଥରେ ପୂର୍ବପରି ମାଛମାରିବେ । ତାକୁ ନେଇ ଚିନ୍ତାରେ ଅଛନ୍ତିା ଫୋନିର ୧୨ ଦିନ ପରେ ବି ଅନେକ ସ୍ତାନରେ ସ୍ତିତି ସ୍ୱାଭାବିକ ହୋଇପାରିନାହିଁ । ବିନା ଲାଇନ ଓ ପାଣିରେ ଦିନକାଟୁଚନ୍ତି ଅନେକ ପରିବାର । କୁଳ ବେଉସାକୁ ଆପଣାଇ ବଞ୍ଚୁଥିବା ମତ୍ସଜୀବୀଙ୍କ ଡଙ୍ଗା ଓ ଜାଲ ନଷ୍ଟ ହୋଇଥିବା କାରଣରୁ ପୁଣି ଥରେ ପୂର୍ବ ବ୍ୟବସାୟକୁ ଫେରିବା ପାଇଁ ସମୟ ଲାଗିବ । ତେବେ ଏହାରି ମଧ୍ୟରେ କିପରି ଭାବରେ ପରିବାରର ଭରଣପୋଷଣ ହେବ ତାହାକୁ ନେଇ ଚିନ୍ତାରେ ଧୀବର ।