ଗଭୀର ସମୁଦ୍ରରେ ମୃତ୍ୟୁ ସହ ସଂଘର୍ଷ : ୧୧ଦିନ ପରେ ପରିବାର ପାଖକୁ ଫେରିଆସିଲେ ୪ ଜଣ ମତ୍ସ୍ୟଜୀବୀ

19

କନକ ବ୍ୟୁରୋ : ଗଭୀର ସମୁଦ୍ରରେ ମୃତ୍ୟୁ ସହ ସଂଘର୍ଷ । ଆଉ ୧୧ ଦିନର ସଂଘର୍ଷ ପରେ ଏବେ ପରିବାର ପାଖକୁ ଫେରିଆସିଛନ୍ତି କେନ୍ଦ୍ରାପଡା ଖରିନାସୀ ଅଂଚଳର ୪ ଜଣ ମତ୍ସ୍ୟଜୀବୀ । ୧୧ ଦିନଧରି ଖାଇବାକୁ ନପାଇ ଏହି ମତ୍ସ୍ୟଜୀବୀମାନେ କେବଳ ପାଣିପିଇ ବଂଚିଥିଲେ । ଆଉ ତଟରକ୍ଷୀ ବାହିନୀ ଦ୍ୱାରା ଶ୍ରୀଲଙ୍କା ନିକଟବର୍ତୀ ଅଂଚଳରୁ ଏମାନଙ୍କୁ ଉଦ୍ଧାର କରାଯାଇଥିଲା । ଏବେ ନିଜ ସଂପର୍କୀୟଙ୍କୁ ପାଖରେ ପାଇ ପରିବାର ସଦସ୍ୟଙ୍କ ମଧ୍ୟରେ ଆନନ୍ଦର ଲହରୀ ।

ଦେଖନ୍ତୁ ଏହି ଭିଡିଓ –