ମାଛରେ ଭରପୂର ମାତ୍ରାରେ ରହିଛି ଔଷଧୀୟ ଗୁଣ । ସୌନ୍ଦର୍ଯ୍ୟ ଓ ବୁଦ୍ଧି ବଢାଇବା ସହ ଅନେକ ରୋଗରୁ କରିଥାଏ ରକ୍ଷା ।

34

ମାଛ କାହାର ଅତି ପ୍ରିୟ ତ ଆଉ କେହି ମାଛ ଖାଇବାକୁ ପସନ୍ଦ କରିନଥାନ୍ତି । କିନ୍ତୁ ମାଛ ଶରୀର ପାଇଁ ଅତ୍ୟନ୍ତ ଉପକାରୀ । କାରଣ ମାଛରେ ଲୋ ଫ୍ୟାଟ ଥାଏ ଏବଂ ଏଥିରେ ଅଧିକ ମାତ୍ରାରେ ପ୍ରୋଟିନ ରହିଥାଏ । ବିଶେଷ କରି ଓମେଗା ଥ୍ରୀ ଫ୍ୟାଟି ଏସିଡ ଥିବା ମାଛ ସ୍ୱାସ୍ଥ୍ୟପ୍ରତି ଖୁବ ଲାଭଦାୟକ ହୋଇଥାଏ । ମାଛରେ ବିଭିନ୍ନ ଭିଟାମିନ,ମିନେରାଲ ଏବଂ କେତେକ ପୋଷକ ତତ୍ୱ ମଧ୍ୟ ପ୍ରଚୁର ମାତ୍ରାରେ ରହିଥାଏ, ତେଣୁ ମାଛ ଖାଇବା ଦ୍ୱାରା ଶରୀରର କେତେକ ଆବଶ୍ୟକତା ପୂରଣ ହୋଇଥାଏ ।

ଯେଉଁମାନେ ନିୟମିତ ଭାବରେ ମାଛ ଖାଇଥାନ୍ତି ସେମାନଙ୍କୁ କର୍କଟ ରୋଗ ହେବାର ଆଶଙ୍କା ଖୁବ କମ ଥାଏ । ମାଛରେ ଓମେଗା ଥ୍ରି ଏସିଡ ବହୁ ମାତ୍ରାରେ ଥିବାରୁ ଏହା କର୍କଟ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ଯଦି ଆପଣ ଶାକାହାରୀ ତେବେ ମାଛ ସେବନ ଆପଣଙ୍କ ପାଇଁ ଖୁବ ଲାଭଦାୟକ ହେବ ।

ବିଶେଷକରି ଗର୍ଭବତୀ ମହିଳା ମାଛ ଖାଇବା ଦ୍ୱାରା ସେମାନଙ୍କର ପିଲାମାନେ ତୀକ୍ଷ୍ନ ବୁଦ୍ଧିମାନ ହୋଇଥାନ୍ତି । ମାଛରେ ଥିବା ପୋଷକ ତତ୍ତ୍ୱ ବୁଦ୍ଧିକୁ ତୀବ୍ର କରିଥାଏ ଏବଂ ଏହା ଦ୍ୱାରା ମସ୍ତିଷ୍କରରେ ନୂଆ କୋଷ ମଧ୍ୟ ତିଆରି କରିଥାଏ । ଏହା ବ୍ୟତୀତ ଓମେଗା ଥ୍ରୀ ଫ୍ୟାଟି ଏସିଡ ଶରୀରର କୋଲେଷ୍ଟ୍ରଲ ପରିମାଣକୁ ନିୟନ୍ତ୍ରଣ କରିଥାଏ ଏବଂ ହୃଦଘାତ ରୋଗରୁ ମଧ୍ୟ ଦୂରେଇ ରଖିଥାଏ ।

ଉଚ୍ଚ ରକ୍ତଚାପରେ ପୀଡିତ ହେଉଥିବା ବ୍ୟକ୍ତି ମାଛ ଖାଇବା ନିହାତି ଦରକାର । କାରଣ ଏଥିରେ ଲୋ ଫ୍ୟାଟ ଥିବାରୁ ଏହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରି୍ଥାଏ । ମାଛରେ ଥିବା ଓମେଗା ଥ୍ରୀ ଏସିଡ ତ୍ୱଚା ଏବଂ କେଶକୁ ସୁନ୍ଦର କରିବା ସହିତ ଚମକଦାର ମଧ୍ୟ କରିଥାଏ । ଅଧିକ ଡିପ୍ରେସନରେ ରହୁଥିବା ବ୍ୟକ୍ତିଙ୍କ ପାଇଁ ଓମେଗା ଥ୍ରୀ ଏସିଡ ଯୁକ୍ତ ମାଛ ବିଶେଷ ଲାଭଦାୟକ ହୋଇଥାଏ । ବିଶେଷ କରି ଗର୍ଭାବସ୍ଥାରେ ଥିବା ମହିଳା ମାଛ ଖାଇବା ନିହାତି ଦରକାର ।