ଜଳ ପାଲଟିଲା ଜହର : ଗୋପାଳପୁର ବନ୍ଦରରେ ମାଛ ମଡକ

2

ଗଂଜାମ : ଗଂଜାମ ଆର୍ଯ୍ୟପଲ୍ଲୀ ସ୍ଥିତ ଗୋପାଳପୁର ବନ୍ଦରରେ ଥିବା ମାଛ ଜେଟିରେ ମାଛ ମଡକ । ଗତ ଦୁଇ ତିନି ଦିନ ହେବ ବନ୍ଦର ଥିବା ମାଛ ଜେଟିରେ ଟନ ଟନ ମାଛ ଓ ବିଭିନ୍ନ ସାମୁଦ୍ରିକ ଜୀବ ମରିପଡିଥିବାର ଦେଖିବାକୁ ମିଳିଛି । ଆର୍ଯ୍ୟପଲ୍ଲି ଗାଁର ସମସ୍ତ ବାସିନ୍ଦା ମତ୍ସ୍ୟଜୀବୀ ହୋଇଥିବାରୁ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି । ତେବେ ବନ୍ଦରର  ଆଖପାଖରେ ରହିଛି ବାହାର ଦେଶରୁ ଆସିଥିବା ସାର । ଗତ କିଛି ଦିନ ହେବ ଲଗାଣ ବର୍ଷା ଯୋଗୁଁ ତାହା ଧୋଇ ହୋଇ ପାଣିରେ ମିଶିଛି କି,ନା ଆଇଆରଇ ପ୍ଲାଣ୍ଟର ନିର୍ଗତ ବିଷାକ୍ତ ରାସାୟନିକ ପଦାର୍ଥ ଲିକେଜ ଯୋଗୁଁ ମାଛଙ୍କର ମୃତ୍ୟୁ ହେଉଛି । ଏନେଇ ଅନେକ ପ୍ରଶ୍ନ ଉଠୁଛି । ଏହି ସବୁ ଘଟଣାର ଛାନଭିନ୍ କରାଯାଉଛି । ଘଟଣାସ୍ଥଳରେ କେନ୍ଦ୍ରୀୟ ସାମୁଦ୍ରିକ ମତ୍ସ୍ୟ ଗବେଷଣାର ଏକ ଟିମ ପହଂଚି ତଦନ୍ତ କରିଛନ୍ତି । ପରୀକ୍ଷା ପାଇଁ ବିଭିନ୍ନ ସ୍ଥାନରୁ ପାଣି ନିଆଯାଇଛି । ଆସନ୍ତା ୭ ଦିନ ମଧ୍ୟରେ ଜଣାପଡ଼ିବ କେଉଁ କାରଣରୁ  ଏଠାରେ ମାଛ ମରୁଛନ୍ତି । ଅନ୍ୟ ପଟେ ବନ୍ଦର କର୍ତୃପକ୍ଷଙ୍କ ମତ ରାସାୟନିକ ସାର ଯୋଗୁଁ ମାଛ ବଢିଥାଏ ।

Comments are closed.