୧୦୪ ବର୍ଷ ତଳେ ଆଜିର ଦିନରେ ଆରମ୍ଭ ହୋଇଥିଲା ପ୍ରଥମ ବିଶ୍ୱଯୁଦ୍ଧ ! ଅନ୍ତ ଥିଲା ଖୁବ୍ ଭୟାନକ ।

227

ପ୍ରଥମ ବିଶ୍ୱଯୁଦ୍ଧ ୧୯୧୪ ମସିହା ଜୁଲାଇ ୨୮ ତାରିଖରେ ହୋଇଥିଲା । ଯେବେ ଅଷ୍ଟ୍ରିଆ – ହଙ୍ଗରୀ ସର୍ବିଆ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲା ୧୯୧୪ ରୁ ୧୯୧୯ ପର୍ଯ୍ୟନ୍ତ ଏହି ଯୁଦ୍ଧ ଚାଲିଥିଲା । ତେବେ ପ୍ରଥମ ବିଶ୍ୱଯୁଦ୍ଧକୁ ଆଜି ୧୦୪ ବର୍ଷ ସମ୍ପୁର୍ଣ୍ଣ ହେଇାଯାଇଛି । ୧୯୧୪ ରୁ ୧୯୧୯ ମଧ୍ୟ ୟୁରୋପ,ଏସିଆ ଏବଂ ଆଫ୍ରିକା ତିନି ସ୍ଥାନର ଜଳ,ସ୍ଥଳ,ଆକାଶରେ ପ୍ରଥମ ବିଶ୍ୱଯୁଦ୍ଧର ଡିଣ୍ଡିମ ପିଟାଯାଇଥିଲା । ଲଗାତାର ୫୨ ମାସ ପର୍ଯ୍ୟନ୍ତ ଚାଲିଥିବା ଏହି ଯୁଦ୍ଧରେ ୧ କୋଟି ଲୋକଙ୍କର ଜୀବନ ଯିବା ସହ ତାର ଦ୍ୱିଗୁଣ ଲୋକ ଗୁରୁତର ଥିଲେ । ପ୍ରଥମ ବିଶ୍ୱଯୁଦ୍ଧକୁ “ଦ ଗ୍ରେଟ୍ ୱାର” ନାମରେ ମଧ୍ୟ ଜଣାଯାଏ । ଏହା ଏଭଳି କୁହାଯିବା କାରଣ ଏଭଳି ଏକ ଯୁଦ୍ଧର ପରିକଳ୍ପନା କେହି କରିନଥିଲେ ।

ପ୍ରଥମଥର ପାଇଁ ୩୭ ଟି ଦେଶ ମିଶି ଏହି ଯୁଦ୍ଧରେ ନିଜର ପରାକାଷ୍ଠା ଏବଂ ହିଂସ୍ରତା ଦେଖାଇଥିଲେ । ଯୁଦ୍ଧର ପ୍ରମୁଖ କାରଣ ଅଷ୍ଟ୍ରିଆ ରାଜକୁମାର ଫର୍ଡିନେଣ୍ଡଙ୍କ ହତ୍ୟା ଥିଲା । ୧୯୧୪ ମସିହାରେ ଅଷ୍ଟ୍ରିଆ ରାଜକୁମାର ଫର୍ଡିନେଣ୍ଡଙ୍କୁ ହତ୍ୟା କରାଯାଇଥିଲା ଏବଂ ଜୁଲାଇ ୨୮ ତାରିଖରେ ସର୍ବିଆ ବିରୁଦ୍ଧରେ ଯୁଦ୍ଧ ଘୋଷଣା ହୋଇଗଲା ।

 

ଯେତେବେଳେ ବିଶ୍ୱଯୁଦ୍ଧର ପ୍ରାରମ୍ଭ ହେଲା ସେତେବେଳେ ଭାରତ ଔପନିବେଶିକ ଶାସନ ଅଧିନରେ ଥିଲା ଏବଂ ଭାରତୀୟ ସୈନ୍ୟ ଅଲଗା ଅଲଗା ଦେଶରେ ଯୁଦ୍ଧ କରୁଥିଲେ । ରିପୋର୍ଟ ମୁତାବକ ୮ ଲକ୍ଷ ସୈନିକ ଏହି ଯୁଦ୍ଧରେ ଲଢେଇ କରିଥିବା ବେଳେ ୪୭୭୪୬ ସୈନ୍ୟ ମୃତ୍ୟୁବରଣ କରିଥିଲେ ଏବଂ ପୟ୍ରାୟ ୬୫୦୦୦ ସୈନ୍ୟ ଗୁରୁତର ଆହତ ହୋଇଥିଲେ । ତେବେ ୧୯୧୯ ଜୁନ୍ ୨୮ ତାରିଖରେ ଜର୍ମାନୀ,ଫ୍ରାନ୍ସ,ଇଟାଲୀ ପକ୍ଷରୁ ବର୍ସଲେଟ୍ ସନ୍ଧି ଉପରେ ଦସ୍ତଖତ ହୋଇଥିଲା ଏବଂ ଏହି ଯୁଦ୍ଧର ଅନ୍ତ ମଧ୍ୟ ହୋଇଥିଲା ।