ମେୟର ନୁହଁନ୍ତି ମାଧବୀ !

31

କନକ ବ୍ୟୁରୋ : ଦୁଇଟି ବିବାହ ଯୋଗୁଁ ଗଲା ମେୟର ପଦ । ପ୍ରଥମ ସ୍ୱାମୀଙ୍କୁ ଛାଡପତ୍ର ନଦେଇ ଦିତୀୟ ବିବାହ କରିବା ମହଙ୍ଗା ପଡିଲା ବ୍ରହ୍ମପୁର ମେୟର କେ ମାଧବୀଙ୍କୁ । ଆଜି ଜିଲ୍ଲା ଦୌରା ଜଜ୍ ଏହି ମାମଲାକୁ ବିଚାର କରି ତାଙ୍କର କର୍ପୋରେଟର ପଦକୁ ଅସିଦ୍ଧ ଘୋଷଣା କରିଛନ୍ତି । ଫଳରେ କେ ମାଧବୀଙ୍କୁ ମେୟର ପଦ ହରାଇବାକୁ ପଡିବ ।

କେ. ମାଧବୀ ଦୁଇ ଜଣଙ୍କୁ ବିବାହ କରିଥିବା ନେଇ ୨୦୧୪ରେ ଡିଷ୍ଟ୍ରିକ୍ଟ କୋର୍ଟରେ ମାମଲା ଦାୟର କରିଥିଲେ ବ୍ରହ୍ମପୁରର ପୂର୍ବତନ ମେୟର ଶିବଶଙ୍କର ଦାସ । ନିର୍ବାଚନ ସତ୍ୟପାଠରେ ମାଧବୀ ଭୂଲ ତଥ୍ୟ ଦେଇଥିବା ଶିବଶଙ୍କର ଅଭିଯୋଗ କରିଥିଲେ । ଏହାର ବିଚାର କରି ଜିଲ୍ଲା ଜଜ ଆଜି ରାୟ ଶୁଣାଇଛନ୍ତି । ତାଙ୍କର କର୍ପୋରେଟର ଓ ମେୟର ପଦକୁ ଅସିଦ୍ଧ ଘୋଷଣା କରିଛନ୍ତି କୋର୍ଟ ।