ଦିବ୍ୟାଙ୍ଗ ହୋଇ ମଧ୍ୟ ବନିଲେ ହରିୟାଣାର ପ୍ରଥମ ମହିଳା ବସ୍ କଣ୍ଡକ୍ଟର, ଲୋକଙ୍କ ପାଇଁ ସାଜିଲେ ପ୍ରେରଣା
୪୦ ପ୍ରତିଶତ ଦିବ୍ୟାଙ୍ଗ ସହିତ ଦୁଇଟି ଝିଅର ମା’ ବନିଲେ ପ୍ରଥମ ମହିଳା ବସ୍ କଣ୍ଡକ୍ଟର
୩୨ ବର୍ଷୀୟା ଶର୍ମିଲା ଏବେ ହରିୟାଣା ରୋଡ଼ୱେଜର ପ୍ରଥମ ମହିଳା ବସ୍ କଣ୍ଡକ୍ଟର ଭାବେ ନିଯୁକ୍ତି ପାଇଥିବା ଜଣାପଡ଼ିଛି । ଘରର ଆର୍ଥିକ ପରିସ୍ଥିତି ଠିକ୍ ନଥିବାରୁ ୮ବର୍ଷର ସଂଘର୍ଷ ପରେ ତାଙ୍କୁ ଏହି ଚାକିରି ମିଳିଥିବା କହିଛନ୍ତି ଶର୍ମିଲା । ଗୋଟେ ଗୋଡ଼ରୁ ସେ ୪୦ ପ୍ରତିଶତ ଦିବ୍ୟାଙ୍ଗ ହୋଇ ମଧ୍ୟ କଣ୍ଡକ୍ଟର ହେବା ଭଳି କାମକୁ ସେ ଆପଣାଇ ଥିବାରୁ ତାଙ୍କ ସାହାସ ଏବଂ ମନୋବଳକୁ ସମସ୍ତେ ପ୍ରଶଂସା କରିଥିବା ଦେଖାଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ୨୦୦୭ରେ ବିବାହ ହୋଇଯିବା ପରେ ସେ ନିଜର ଦ୍ୱାଦଶ ପରୀକ୍ଷା ଆଉ ଦେଇ ପାରିନଥିଲେ । ଯେଉଁଥିପାଇଁ ସେ ଆଜି ପର୍ଯ୍ୟନ୍ତ ଅନୁତାପ କରୁଛନ୍ତି। ଦୁଇ ବର୍ଷ ପୂର୍ବେ ସେ ରାଜସ୍ଥାନ ଯାଇଥିବାବେଳେ ସେଠାରେ ଜଣେ ମହିଳାଙ୍କୁ ବସ୍ କଣ୍ଡକ୍ଟର ଭାବେ ଦେଖି ୧୦ମ ପର୍ଯ୍ୟନ୍ତ ପଢ଼ି ମଧ୍ୟ ସେ ଚାକିରି କରିପାରିବେ ବୋଲି ଭାବିଥିଲେ । ପରେ ସେ ରେଡ଼କ୍ରସରୁ ଫାଷ୍ଟଏଡ଼୍ ଲାଇସେନ୍ସ ନେଇଥିଲେ । କିଛି ଦିନ ତଳେ କଣ୍ଡକ୍ଟର ପାଇଁ ନିଯୁକ୍ତି ଚାଲୁଥିବା ବେଳେ ଶର୍ମିଲା ଏଥିପାଇଁ ଆବେଦନ କରିଥିଲେ । ପରେ ତାଙ୍କ ଆବେଦନକୁ ଗ୍ରହଣ କରାଯିବା ସହ ଗତ ଗୁରୁବାର ତାଙ୍କୁ ନିଯୁକ୍ତି ମିଳିଥିବା ଜଣାପଡ଼ିଛି । ଏହି ଚାକିରି ପରେ ଶର୍ମିଲା ତାଙ୍କ ପିଲାମାନଙ୍କୁ ଠିକ୍ ଭାବରେ ପାଳିପାରିବେ ବୋଲି ଆଶା ରଖିଛନ୍ତି ।