ଡିଜିଟାଲ ମିଡିଆରେ ରିଲିଜ ହେଲା ପ୍ରଥମ ଓଡ଼ିଆ ହରର ସିରିଜର ଟ୍ରେଲର ! ଦେଖିଲେ ଛାତି ଥରି ଉଠିବ ।
ଧାରାବାହିକ ଦେଖିବାକୁ କିଏ ବା ପସନ୍ଦ ନ କରେ । ସଂଧ୍ୟା ହେବା ମାତ୍ରେ ମା’ଙ୍କ ଠାରୁ ଆରମ୍ଭ କରି ଜେଜେମାଙ୍କ ପର୍ଯ୍ୟନ୍ତ ସମସ୍ତେ ବସିଯାଆନ୍ତି ଟିଭି ସାମ୍ନାରେ,ଓ ଏକାଠି ବସି ମଜା ନିଅନ୍ତି ପ୍ରତ୍ୟେକଟି ମେଗା ଧାରାବାହିକର । ଆଜିକାଲି ହିନ୍ଦୀ ଧାରାବାହିକର ଚାହିଦା ଦିନକୁ ଦିନ ବଢିବାକୁ ଲାଗିଛି ଏବଂ ତାହା ତୁଳନାରେ ଓଡ଼ିଆ ଧାରାବାହିକର ଲୋକପ୍ରିୟତା ଖୁବ କମ । କାରଣ ସେମାନଙ୍କର ଭିନ୍ନ ଉପସ୍ଥାପନା ସମସ୍ତ ହୃଦୟକୁ ଛୁଇଁ ପାରିଛି ବୋଲି କୁହାଯାଇପାରେ । ତେବେ ଯଦି ଓଡ଼ିଆ ଧାରାବାହିକରେ ସେହିଭଳି ତଡ଼କା ଦେଖିବାକୁ ମିଳନ୍ତା ନିହାତି ଭାବରେ ଏହା ମସସ୍ତଙ୍କ ମଧ୍ୟରେ ଆଦୃତ ହୋଇପାରନ୍ତା ଏବଂ ଗୋଟିଏ ବର୍ଗର ଲୋକଙ୍କ ମଧ୍ୟରେ ସୀମିତ ନ ରହି ବିକଶିତ ହୋଇପାରନ୍ତା ।
Kanak News is now on WhatsApp
Join and get latest news updates delivered to you via WhatsApp
ଯଦିଓ ଟିଭିରେ ମେଗା ଧାରାବାହିକ ଦେଖିବାକୁ ଲୋକ ଖୁବ ପସନ୍ଦ କରୁଛନ୍ତି ତଥାପି ଡିଜିଟାଲ ମିଡିଆର ଚାହିଦା କିଛି କମ ନୁହେଁ । ଦିନକୁ ଦିନ ପ୍ରତ୍ୟେକ ଯୁବପିଢିର ଲୋକଙ୍କ ମଧ୍ୟରେ ଏହା ଏକ ସ୍ୱତନ୍ତ୍ର ସ୍ଥାନ ନେଇପାରିଛି । ପ୍ରତି ଘଂଟା,ମିନିଟ ଏବଂ ସେକେଣ୍ଡରେ ସାରା ପୃଥିବୀର ଖବର ମିଳୁଛି ଡିଜିଟାଲ ମିଡିଆ ମାଧ୍ୟମରେ । ତେବେ ଏହା କେବଳ ବଲିଉଡ କିମ୍ବା ହଲିଉଡରେ ସୀମିତ ନାହିଁ ବରଂ ଓଲିଉଡକୁ ମଧ୍ୟ ପହଂଚି ସାରିଛି । ପୂର୍ବରୁ ଡିଜିଟାଲ ମିଡିଆରେ ତ ନିହାତି ଭାବରେ ଆପଣ ବିଭିନ୍ନ ଧାରାବାହିକ ଦେଖିଥିବେ । କିନ୍ତୁ ହରର ଫିଲ୍ମ ଆପଣ କେବେ ମଧ୍ୟ ଦେଖି ନଥିବେ । ଯାହା ଓଡ଼ିଶାରେ ପ୍ରଥମ ଥର ପାଇଁ ନେଇ ଆସିଛନ୍ତି ଯୁବ ନିର୍ଦ୍ଦେଶକ ଓ ନିର୍ମାତା ଅନୁପମ ପଟ୍ଟନାୟକ । ଏହା ଏକ ହରର ୱେବସିରିଜ,ଯାହାର ନାମ ହେଉଛି ପାନିକ ସର୍ଟସ୍ । ନିହାତି ଭାବରେ ଏହା ତାଙ୍କର ଏକ ଭିନ୍ନ ପୟାସ ଏବଂ ଦର୍ଶକ ଏହାକୁ ପସନ୍ଦ କରିବେ ବୋଲି ନିର୍ଦ୍ଦେଶକ ଆଶା ରଖିଛନ୍ତି ।
ନିର୍ଦ୍ଦେଶକ ଅନୁପମଙ୍କ କହିବା ଅନୁସାରେ ଏହା ପୂର୍ବରୁ ନିର୍ମାଣ କରାଯାଇଥିବା ହରର ସିରିଅଲ ବା ଫିଲ୍ମ ଭଳି ଏହା ନୁହେଁ,ଏହା କେବଳ ମନର ଭୟକୁ ନେଇ ନିର୍ମାଣ କରାଯାଇଛି । ତେବେ ଧାରାବାହିକା ଟ୍ରେଲର ରିଲିଜ ହୋଇ ସାରିଛି । ଦେଖନ୍ତୁ ଟ୍ରେଲର ।