କେରଳ ସରକାରଙ୍କ ନିଆରା ପଦକ୍ଷେପ ! କୋଚି ମେଟ୍ରୋରେ ଟ୍ରାନ୍ସଜେଣ୍ଡରଙ୍କୁ ମିଳିଲା ନିଯୁକ୍ତି

24

ଟ୍ରାନ୍ସଜେଣ୍ଡରମାନଙ୍କୁ ସମାଜର ମୁଖ୍ୟ ଧାରାରେ ସାମିଲ୍ କରିବା ପାଇଁ ଅନେକ ପ୍ରତିଶ୍ରୁତି ଅନେକ ବିକ୍ଷୋଭ ଦେଖିଛି ଦେଶ । ହେଲେ ପ୍ରତିଶ୍ରୁତି ସବୁ ଯେମିତି କେବଳ କାଗଜ କଲମରେ ରହିଯାଇଛି । କିନ୍ତୁ କେରଳ ସରକାର ଟ୍ରାନ୍ସଜେଣ୍ଡରମାନଙ୍କ ପାଇଁ ନେଇଛନ୍ତି ବଡ ପଦକ୍ଷେପ । ଶନିବାର କେରଳର କୋଚିରେ ମେଟ୍ରୋ ଟ୍ରେନର ଉଦଘାଟନ କରିଛନ୍ତି ନରେନ୍ଦ୍ର ମୋଦି । ତେବେ ଜାଣି ଖୁସି ହେବେ ଏହା ଦେଶର ପ୍ରଥମ ମେଟ୍ରୋ ସେବା ଯାହା ଟ୍ରାନ୍ସଜେଣ୍ଡରମାନଙ୍କୁ ରୋଜଗାରର ସୁଯୋଗ ଦେଇଛି ।

କୋଚି ମେଟ୍ରୋରେ ୨୩ଜଣ ଟ୍ରାନ୍ସଜେଣ୍ଡରଙ୍କୁ ମିଳିଛି ନିଯୁକ୍ତି । ସେମାନଙ୍କ ଯୋଗ୍ୟତା ଅନୁସାରେ ହାଉସ୍ କିପିଂ, ଟିକେଟ୍ କାଉଂଟର୍ ଆଦି ବିଭାଗରେ ମିଳିଛି ନିଯୁକ୍ତି । ଏହା ସହ ୧୦୦୦ମହିଳାଙ୍କୁ ମଧ୍ୟ ନିଯୁକ୍ତି ମିଳିଛି । ମୋଦି କେରଳ ସରକାରଙ୍କ ଏହି ପଦକ୍ଷେପଙ୍କୁ ମଧ୍ୟ ଖୁବ୍ ପ୍ରଶଂସା କରିଛନ୍ତି । ଏହା ଦ୍ୱାରା ଦେଶରେ ଲିଙ୍ଗଗତ ଭେଦଭାବ ରହିବ ନାହିଁ ବୋଲି କହିଛନ୍ତି ମୋଦି ।