ଇତିହାସରେ ପ୍ରଥମ ଥର ପାଇଁ ସେନାରେ ହେବ ବଡ ପରିବର୍ତ୍ତନ ! ଭାରତ-ଆମେରିକାର ତ୍ରିବିଭାଗ ସୈନ୍ୟ ମିଳିତ ଭାବେ କରିବେ ଯୁଦ୍ଧାଭ୍ୟାସ,କ’ଣ ରହିଛି ପୁରା ଖବର ଜାଣନ୍ତୁ ।

69

ଭାରତ ଏବଂ ଆମେରିକାର ମିଳିତ ଉଦ୍ୟମରେ ପ୍ରଥମ ଥର ପାଇଁ ତିନି ବିଭାଗର ସୈନ୍ୟ ଏକସଙ୍ଗେ ସଂଯୁକ୍ତ ଯୁଦ୍ଧାଭ୍ୟାସରେ ସାମିଲ ହେବାକୁ ଯାଉଛନ୍ତି । ଆମେରିକାର ଜଣେ ବରିଷ୍ଠ ରକ୍ଷା ଅଧିକାରୀଙ୍କ କହିବାନୁସାର ଦୁଇ ଦେଶ ଭିତରେ ଆସନ୍ତା ବର୍ଷ ହେବାକୁ ଯାଉଥିବା ଏହି ସଂଯୁକ୍ତ ଯୁଦ୍ଧାଭ୍ୟାସରେ ବିଶେଷ ବଳଙ୍କୁ ମଧ୍ୟ ସାମିଲ କରିବାକୁ କଥାବାର୍ତ୍ତା ଚାଲିଛି ।

ନୂଆଦିଲ୍ଲୀରେ ଆମେରିକାର ରକ୍ଷା ଅଟେଚି ବ୍ରିଗେଡିୟର ଜେନେରାଲ୍ ଡେବିଟ୍ ଇ.ବ୍ରିଗମ୍ ଙ୍କ କହିବାନୁସାର ପ୍ରଥମ ଯୁଦ୍ଧାଭ୍ୟାସ ୨୦୧୯ ଭାରତରେ ହେବ । ଏହି ଯୁଦ୍ଧାଭ୍ୟାସରେ ଦୁଇ ଦେଶର ତିନି ସେନାଙ୍କ ସହ ବିଶେଷ ଅଭିଯାନ ବଳକୁ ମଧ୍ୟ ସାମିଲ କରିବାର ଯୋଜନା କରାଯାଇଛି । ତେବେ ବିଶେଷ ବଳଙ୍କୁ ସାମିଲ କରିବା କାମକୁ ଏବେ ବିଚାର ବିମର୍ଶ ସ୍ଥିତିରେ ରଖାଯାଇଛି । ଯଦି ଏହା ସମ୍ଭବ ହେଲା ତେବେ ଯୁଦ୍ଧାଭ୍ୟାସର ଶକ୍ତିକୁ ନେଇ ବୈଠକ ବସି ଚର୍ଚ୍ଚା କରାଯିବ । ତେବେ ଯୁଦ୍ଧାଭ୍ୟାସର ଦିନ ଏ ଯାଏଁ ସ୍ଥିର କରାଯାଇନାହିଁ । ଅନୁମାନ କରାଯାଉଛି ଯେ ୨୦୧୯ ଅଗଷ୍ଟ ମାସ ସୁଦ୍ଧା ଏହାକୁ କାର୍ଯ୍ୟରେ ପରିଣତ କରାଯିବ ।

ତେବେ ଭାରତ ଏବଂ ଆମେରିକାର ତିନି ସେନା ଅଲଗା ସଂଯୁକ୍ତ ଅଭ୍ୟାସ କରିସାରିଛି । ଗତମାସରେ ହିଁ ଦୁଇ ଦେଶର ସେନା ମିଶି ଯୁଦ୍ଧଭ୍ୟାସ କରିଥିଲେ । ଅନ୍ୟପକ୍ଷେ କୋପ ଇଣ୍ଡିଆ ନାମରେ ଭାରତ ଏବଂ ଆମେରିକାର ବାୟୁସେନା ମିଶି ଦ୍ୱିବିପକ୍ଷୀୟ ଯୁଦ୍ଧାଭ୍ୟାସ କରିଥିଲେ । ଏତଦବ୍ୟତୀତ ଦୁଇ ଦେଶର ନୌ ସେନା ମାଲାବାରରେ ଜାପାନ ସହ ଅଭ୍ୟାସ କରିଥିଲେ । ଏହା ପ୍ରଥମ ଥର ହେବ ଯେଉଁଠି ଭାରତ ଏବଂ ଆମେରିକାର ତିନି ସୈନ୍ୟଙ୍କ ମଧ୍ୟରେ ଏକସଙ୍ଗେ ସଂଯୁକ୍ତ ଯୁଦ୍ଧାଭ୍ୟାସ କରାଯିବ ।