ଦେଶରେ ପ୍ରଥମଥର ପାଇଁ ଉଡିବ ସି-ପ୍ଲେନ । ଗୁଜରାଟରେ ରୋଡ-ଶୋ ପୂର୍ବରୁ ସାବରମତି ନଦୀରେ ଯାଇ ଅମ୍ବାଜି ମନ୍ଦିର ଦର୍ଶନ କରିବେ ମୋଦି ।

26

ଗୁଜରାଟରେ ଆସି ସରିବ ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପ୍ରଚାର । ଏଥିପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ସରୁଛି । ଗୁରବାରଦିନ ଏହି ପର୍ଯ୍ୟାୟରେ ୯୩ଟି ଆସନରେ ଭୋଟଗ୍ରହଣ ହେବ । ଆଜି ପ୍ରଚାରର ଶେଷଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ସାବରମତି ନଦୀରେ ସି-ପ୍ଲେନରେ ଆସି ଅମ୍ବାଜୀ ମନ୍ଦିର ଯିବେ । ଅମ୍ବାଜୀ ମନ୍ଦିରରେ ମାଙ୍କୁ ଦର୍ଶନ କରିବା ପରେ ସେହି ସି-ପ୍ଲେନରେ ଫେରିବେ ।

ଦେଶର ଏଭଳି ଫ୍ଲାଇଟ ପ୍ରଥମ ବୋଲି ଜଣାଯାଇଛି । ସକାଳେ ୯ଟା ୩୦ରେ ମୋଦି ଅହମ୍ମଦାବାଦର ସାବରମତୀ ନଦୀରୁ ସି-ପ୍ଲେନରେ ବାହାରିଛନ୍ତି । ଆଉ କିଛି ସମୟ ପରେ ଅର୍ଥାତ ୧୦.୩୦ରେ ମେହସାଣା ଜିଲ୍ଲାର ଧରାଇ ଡ୍ୟାମରେ ଓହ୍ଲାଇବେ । ଏହାପରେ ୬୫ କିଲୋମିଟର ରାସ୍ତାରେ ଯାଇ ମନ୍ଦିରଙ୍କୁ ଦର୍ଶନ କରିବେ । ଏହାପରେ ପୁଣି ୨ଟା ୩୦ରେ ସି-ପ୍ଲେନରେ ସାବରମତୀରେ ପହଂଚିବେ ।