ପ୍ରଥମଥର ପାଇଁ ହେବାକୁ ଯାଉଛି ସାମୁହିକ ଟ୍ରାନ୍ସଜେଣ୍ଡର ବିବାହ ! କନିଆ ସାଜିବେ ୧୫ ଜଣ ଟ୍ରାନ୍ସଜେଣ୍ଡର , ମୁଖ୍ୟମନ୍ତ୍ରୀ କରିବେ କନ୍ୟାଦାନ ।

221

ପ୍ରଥମଥର ପାଇଁ ଟ୍ରାନ୍ସଜେଣ୍ଡରଙ୍କ ଏକ ସାମୁହିକ ବିବାହ ରାୟପୁରରେ ଆୟୋଜିତ ହେବାକୁ ଯାଉଛି । ଏହି ବିବାହରେ ୧୫ ଜଣ ଟ୍ରାନ୍ସଜେଣ୍ଡର ନିଜ ପୁରୁଷ ସାଥିଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବେ । ଏହି ଆୟୋଜନର ଖାସ୍ କଥା ହେଉଛି ଏହି ଟ୍ରାନ୍ସଜେଣ୍ଡରଙ୍କ କନ୍ୟାଦାନ ଖୋଦ୍ ପ୍ରଦେଶ ମୁଖ୍ୟମନ୍ତ୍ରୀ ଭୁପେସ୍ ବଘେଲ୍ କରିବେ । ମନ୍ତ୍ରୀମଣ୍ଡଳର ଅନ୍ୟ ସଦସ୍ୟ ସମାରୋହରେ ଉପସ୍ଥିତ ରହିବେ । ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ମାମଲା । ତୃତୀୟ ଲିଙ୍ଗୀ ୱେଲଫେୟାର୍ ବୋର୍ଡର ବିଦ୍ୟା ରାଜପୁତଙ୍କ କହିବାନୁସାରେ ସାମୁହିକ ବିବାହରେ ପରମ୍ପରାଗତ ହିନ୍ଦୁ ରୀତିନୀତିରେ ହଳଦୀ ମେହେନ୍ଦିରୁ ଆରମ୍ଭ କରି ରିସେପସନ୍ ପର୍ଯ୍ୟନ୍ତ ହେବ । ୨୯ ମାର୍ଚ୍ଚ ହଳଦୀ ଏବଂ ମେହେନ୍ଦୀ ଏବଂ ୩୦ ମାର୍ଚ୍ଚକୁ ବିବାହ ଏବଂ ରିସେପସନ୍ ଅନୁଷ୍ଠିତ ହେବ ।

 

ଗୁଜୁରାଟ,ମହାରାଷ୍ଟ୍ର,ମଧ୍ୟପ୍ରଦେଶ ଏବଂ କଲିକତା ଭଳି ରାଜ୍ୟରୁ ଏହି ଟ୍ରାନ୍ସଜେଣ୍ଡର ସାମୁହିକ ବିବାହ ପାଇଁ ଆସିଛନ୍ତି । ପ୍ରଦେଶ ମୁଖ୍ୟମନ୍ତ୍ରୀ ଭୁପେସ୍ ବଘେଲ୍ ନବବିବାହିତ କିନ୍ନରଙ୍କ କନ୍ୟାଦାନ କରିବେ । ଏହି ବିବାହକୁ ଗିଲିଜ୍ ବୁକ୍ ଅଫ୍ ୱାର୍ଲଡ୍ ରେକର୍ଡରେ ଦେବା ପାଇଁ ପ୍ରୟାସ ଜାରି ରହିଛି ।