ରିଲିଜ୍ ହେଲା ‘ଧୋନୀ – ଦ ଅନ୍ ଟୋଲ୍ଡ ଷ୍ଟୋରୀ’ର ପ୍ରଥମ ଗୀତ

52

ରିଲିଜ୍ ହୋଇଛି ଅପକମିଙ୍ଗ୍ ବାୟୋପିକ୍ ‘ଧୋନୀ – ଦ ଅନ୍ ଟୋଲ୍ଡ ଷ୍ଟୋରୀ’ର ପ୍ରଥମ ଗୀତ । ଏହି ଦୁଇ ମିନିଟର ଭିଡିଓ ସଙ୍ଗରେ ଦେଖିବାକୁ ମିଳିଛି ଶୁଶାନ୍ତ ସିଂ ସ୍ୱପ୍ନ । ଅର୍ଥାତ ଧୋନୀଙ୍କ ଦେଶ ପାଇଁ ଖେଳିବାର ସ୍ୱପ୍ନ । ଗୀତଟିକୁ ଅରମାନ୍ ମଲ୍ଲିକ କମ୍ପୋଜ୍ କରିବା ସହ କଣ୍ଠ ଦାନ ମଧ୍ୟ କରିଛନ୍ତି । ତେବେ ଏହି ଗୀତକୁ ଲେଖିଛନ୍ତି ମନୋଜ ମୁଂଟାସିର୍ । ଯିଏ ଏକ୍ ଭିଲନ୍ , ୱଜିର୍ ଓ ଜୟ ଗଙ୍ଗାଜଲ୍ ଭଳି ଲୋକପ୍ରିୟ ଫିଲ୍ମର ଗୀତ ଲେଖିଥିଲେ । ମୁଭିଟି କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂ ଧୋନୀଙ୍କ ଜୀବନୀ ଉପରେ ଆଧାରିତ । ଫିଲ୍ମଟି ଆସନ୍ତା ସେପ୍ଟେମ୍ବର ୩୦ ତାରିଖରେ ରିଲିଜ୍ ହେବ ।