ରିଲିଜ ହେଲା ‘ବିରେ ଦି ୱେଡିଂ’ର ପ୍ରଥମ ପ୍ରମୋସନାଲ ସଙ୍ଗ : ରାପ କିଙ୍ଗ ବାଦଶାହଙ୍କ ଗୀତରେ ଝୁମିଲେ ନାୟିକା

80

ରିଲିଜ ହୋଇଛି ଅପକମିଂ ଫିଲ୍ମ ବିରେ ଦି ୱେଡିଂର ପ୍ରଥମ ପ୍ରମୋସନାଲ ସଙ୍ଗ । ଗୀତରେ ଶୁଣିବାକୁ ମିଳିଛି ରାପ କିଙ୍ଗ ବାଦଶାହଙ୍କ ଭଏସ । ଏହି ଗୀତରେ ଫିଲ୍ମର ୪ଜଣ ଲିଡ ନାୟିକା କରୀନା କପୁର ଖାନ, ସୋନମ କପୁର, ସ୍ୱରା ଭାଷ୍କର ଓ ଶିଖା ତଲସାନିଆଙ୍କୁ ଦେଖିବାକୁ ମିଳିଛି । ଗତ କିଛିଦିନ ଆଗରୁ ରିଲିଜ ହୋଇଥିବା ଫିଲ୍ମର ପ୍ରଥମ ଟ୍ରେଲରକୁ ବି ଅଡିଏନ୍ସ ଢେର ପସନ୍ଦ କରିଥିଲେ । ଏବେ ଏହି ପ୍ରମୋସନାଲ ଗୀତକୁ ବି ସ୍ରୋତା ପସନ୍ଦ କରିବେ ବୋଲି ମେକର ଆଶା ରଖିଛନ୍ତି ।

ଆଗାମୀ କମେଡି–ଡ୍ରାମା ଫିଲ୍ମ ବିରେ ଦି ୱେଡିଂର ପ୍ରମୋସନାଲ୍ ସଙ୍ଗ ‘ତରିଫାନ’ ରିଲିଜ ହୋଇଛି । ଏହି ଗୀତରେ ଫିଲ୍ମର ୪ ଜଣ ଲିଡ୍ ନାୟିକା କରୀନା କପୁର ଖାନ, ସୋନମ କପୁର, ସ୍ୱରା ଭାଷ୍କର ଏବଂ ସିଖା ତଲସାନିଆଙ୍କୁ ଦେଖିବାକୁ ମିଳିଛି । ଏହା ସହ ବାଦଶାହଙ୍କ ର୍ୟାପ ଗୀତରେ ଚାର ଚାନ୍ଦ ଲଗାଇ ଦେଇଛି । ଏହି ପାର୍ଟି ସଙ୍ଗରେ କଣ୍ଠଦାନ କରିଛନ୍ତି ବାଦଶାହ । ଏହି ଭିଡିଓ ସଙ୍ଗକୁ କୋରିଓଗ୍ରାଫ କରିଛନ୍ତି ଫରହା ଖାନ୍ । ଫିଲ୍ମ ବିରେ ଦି ୱେଡିଂର ପ୍ରମୋସନ୍ ପାଇଁ ଏହା ଖାସ୍ ଗୀତ ପ୍ରସ୍ତୁତ କରାଯାଇଛି । ଚଳଚ୍ଚିତ୍ର ବିରେ ଦି ୱେଡିଂ ୪ଜଣ ସାଙ୍ଗକୁ ନେଇ ପ୍ରସ୍ତୁତ ହୋଇଛି । କାଲନ୍ଦୀ, ଅବନୀ, ଶାକ୍ଷୀ ଏବଂ ମୀରା । ସବୁବେଳେ ଏକାଠି ରୁହନ୍ତି । ମଜା ମସ୍ତି ସହ ନିଜ ଜୀବନ କାଟନ୍ତି । ହେଲେ ମାରେଜ୍ ନାମରେ ରାଗି ଯାଆନ୍ତି । ଆଉ ସମାଜ ସବୁବେଳେ ଏମାନଙ୍କୁ ବିବାହ ନେଇ ମାରିଥାଏ ତାନା । ଫିଲ୍ମଟି ୱର୍କିଂ ୱିମେନଙ୍କ ଉପରେ ଆଧାରିତ ହୋଇଛି । କମେଡି – ଡ୍ରାମାକୁ ନେଇ ପ୍ରସ୍ତୁତ ହୋଇଥିବା ଏମିତି ଏକ ଫିଲ୍ମ ବିରେ ଦି ୱେଡିଂର ନିର୍ଦ୍ଦେଶନା ଦେଇଛନ୍ତି ସଶାଙ୍କ ଘୋଷ ଏବଂ ପ୍ରଯୋଜନା କରିଛନ୍ତି ରିହା କପୁର ଓ ଏକ୍ତା କପୁର । ଫିଲ୍ମରେ କାଲନ୍ଦୀ ଚରିତ୍ରରେ କରିନା କପୁର ଖାନ, ଅବନୀ ଚରିତ୍ରରେ ସୋନମ କପୁର, ସାକ୍ଷୀ ଚରିତ୍ରରେ ସ୍ୱରା ଭାଷ୍କର୍ ଏବଂ ମୀରା ଚରିତ୍ରରେ ସିଖା ତଲସାନିଆଙ୍କୁ ଦେଖିବାକୁ ମିଳିଛି । ୧ ଜୁନରେ ପରଦାକୁ ଆସିବ ଏହି ଫିଲ୍ମ ।