ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ! ଉଚ୍ଚଶିକ୍ଷା ବିଭାଗର ୱେବସାଇଟରେ ଉପଲବ୍ଧ ହେବ କଲେଜମାନଙ୍କର କଟଅଫ୍ ମାର୍କ ତାଲିକା

21

କନକ ବ୍ୟୁରୋ : ଯୁକ୍ତ ଦୁଇ ନାମଲେଖା ପାଇଁ ଆଜି ପ୍ରକାଶ ପାଇବ ମେରିଟ୍ ଲିଷ୍ଟ ତଥା କଟଅଫ୍ ମାର୍କ । ଯୁକ୍ତ ଦୁଇ ସରକାରୀ, ବେସରକାରୀ, ସେଲ୍ଫ ପାଇନାନ୍ସିଂ, ଧନ୍ଦାମୂଳକ ଶିକ୍ଷା ଏବଂ ସଂସ୍କୃତ କଲେଜରେ ନାମଲେଖା ଲାଗି ଆଜି ଦିନ ୧୧ଟାବେଳେ ପ୍ରକାଶ ପାଇବ ତାଲିକା ।

ଉଚ୍ଚଶିକ୍ଷା ବିଭାଗ ୱେବସାଇଟ୍ ‘ ଡବ୍ଲ୍ୟୁ ଡବ୍ଲ୍ୟୁ ଡବ୍ଲ୍ୟୁ.ଡିଏଚ୍ଇଓଡିଶା.ଗଭ୍.ଇନରେ କଲେଜ ଗୁଡିକର କଟଅଫ୍ ମାର୍କ ତାଲିକା ବାହାରିବ । ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ନାମଲେଖା ଜୁନ୍ ୧୬ରୁ ୧୯ତାରିଖ ପର୍ଯ୍ୟନ୍ତ ହେବ । ଜୁନ୍ ୨୨ରେ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ବାହାରିବ । ଏଥିପାଇଁ ଜୁନ୍ ୨୪ରୁ ୨୮ ପର୍ଯ୍ୟନ୍ତ ନାମଲେଖା ହେବ ।

ସେହିପରି ଜୁଲାଇ ୩ରେ ବାହାରିବ ତୃତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ । ଏହି ପର୍ଯ୍ୟାୟରେ ମେରିଟ୍ ଲିଷ୍ଟରେ ଥିବା ଛାତ୍ରଛାତ୍ରୀମାନେ ଜୁଲାଇ ୫ ଓ ୬ରେ ନାମଲେଖାଇବେ ଏବଂ ଜୁଲାଇ ୬ରୁ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ ।