ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ! ୨୯ଟି ଜିଲ୍ଲାର ୬୫ଟି ବ୍ଳକରେ ହେବ ଭୋଟ ଗ୍ରହଣ

35

କନକ ବ୍ୟୁରୋ : ରାତି ପାହିଲେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ହେବ ଭୋଟ୍ ଗ୍ରହଣ । ଦେବଗଡ ଜିଲ୍ଲାକୁ ଛାଡିଦେଲେ ସବୁ ଜିଲ୍ଲାର ବିଭିନ୍ନ ବ୍ଲକରେ ଆସନ୍ତାକାଲି ଭୋଟ ଗ୍ରହଣ ହେବ । ଏଥିପାଇଁ ଭୋଟ୍ ଗ୍ରହଣ କେନ୍ଦ୍ରକୁ ପୋଲିଂ ପାର୍ଟି ଯାଇଛନ୍ତି । ୫୮ଲକ୍ଷ ୨୮ହଜାର ୪୪୬ ଭୋଟର ମତଦାନ କରିବେ । ଏଥିପାଇଁ ସରକାରୀ ସ୍ତରରେ ପ୍ରସ୍ତୁତି ଶେଷ ହୋଇଛି । ଗତକାଲି ସଂଧ୍ୟାରେ ପ୍ରଚାର ଶେଷ ହେବା ପରେ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ ମୁତାବକ ପ୍ରଚାର ଦାୟିତ୍ୱରେ ଥିବା ଛାମୁଆ ନେତାମାନେ ଫେରିଆସିଛନ୍ତି ।

ପ୍ରଚାର ସରିଥିଲେ ମଧ୍ୟ ସମସ୍ତ ଦଳର ଛାମୁଆ କର୍ମୀମାନେ ତତ୍ପର ହୋଇପଡିଛନ୍ତି । ବିଭିନ୍ନ ବ୍ଲକରେ ଏସବୁ ନେତାମାନଙ୍କ ଅନ୍ଧାରୀ ବିଜେ ପ୍ରସ୍ତୁତି ଆରମ୍ଭ ହୋଇଛି । ଦୁର୍ବଳ ଥିବା ବ୍ଲକ ଓ ଗାଁରେ ଜନମତ ରାତିକ ଭିତରେ ଓଲଟପାଲଟ କରିବାକୁ ଉଦ୍ୟମ କରାଯିବାକୁ ବ୍ଲୁପ୍ରିଂଟ ପ୍ରସ୍ତୁତ ହୋଇସାରିଛି । ତେବେ ଗୋଟିଏ ଦଳ ଅନ୍ୟ ଦଳର ରଣନୀତିକୁ ଭଣ୍ଡୁର କରିବା ପାଇଁ କାଉଂଟର ରଣନୀତି ମଧ୍ୟ ପ୍ରସ୍ତୁତ କରିଛନ୍ତି । ଫଳରେ ବହୁସ୍ଥାନରେ ନିର୍ବାଚନୀ ଉଷ୍ମତା ବଢିଛି ।

ଏହା ସହିତ ଦେଖନ୍ତୁ ଏହି ଭିଡିଓ :