ମେଘକୁ ଛୁଇଁଥିବା ମଧୁ : ପ୍ରଥମ ଓଡିଆ ମହିଳା ଫ୍ଲାଇଟ୍ କମାଣ୍ଡର

118

first odiya flight commander -madhusmitaକନକ ବ୍ୟୁରୋ : ଜଣେ ଓଡ଼ିଆ ଝିଅ ସଫଳତାର ସିଡି ପରେ ସିଡି ଚଢି ଚାଲିଛନ୍ତି । ନିଜ ଉଦ୍ୟମ ବଳରେ ସେ ଛୁଇଁପାରିଛନ୍ତି ମେଘକୁ । ଏହି ଓଡ଼ିଆ ଝିଅ ହେଉଛନ୍ତି କ୍ୟାପଟେନ୍ ମଧୁସ୍ମିତା ପଟ୍ଟନାୟକ । କ୍ୟାପଟେନ୍ ମଧୁସ୍ମିତା ପଟ୍ଟନାୟକ ହେଉଛନ୍ତି ପ୍ରଥମ ଓଡ଼ିଆ ମହିଳା ଫ୍ଲାଇଟ୍ କମାଣ୍ଡର ।

୨୦୧୫ରୁ ଇଂଟରନ୍ୟାସନାଲ ଫ୍ଲାଇଟ୍ ଚଳାଇବାର ଗୌରବ ମିଳିଛି ତାଙ୍କୁ। ୧୯୯୨ରୁ ୨୪ ବର୍ଷ ଧରି ସେ ସଫଳତା ପରେ ସଫଳତା ପାଇ ଚାଲିଛନ୍ତି । ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରୋତ୍ସାହନରେ ଓଡ଼ିଶା ଫ୍ଲାଇଙ୍ଗ କ୍ଲବରେ ବିମାନ ଚଳାଇବା ତାଲିମ ପାଇବା ପରେ ଆଉ ପଛକୁ ଫେରି ଚାହିଁନାହାଁନ୍ତି ।

first odiya flight commander -madhusmita୧୯୯୬ରେ ଆମେରିକାରୁ କମର୍ସିଆଲ ପାଇଲଟ୍ ଲାଇସେନ୍ସ ପାଇଥିଲେ ମଧୁସ୍ମିତା। ବିମାନ ଚଳାଇବାରେ ଦକ୍ଷତା ଯୋଗୁଁ ୨୦୦୯ରେ ଜେଟ୍ ଇଂଜିନ୍ ଏୟାରକ୍ରାଫ୍ଟର କମାଣ୍ଡର ଭାବେ ତାଙ୍କର ପଦୋନ୍ନତି ହୋଇଥିଲା। ଭୁବନେଶ୍ୱରର ଝିଅ କ୍ୟାପଟେନ୍ ମଧୁସ୍ମିତା ପଟ୍ଟନାୟକ ଏବେ ଦୁବାଇରେ କାର୍ଯ୍ୟରତ । ମଧୁଙ୍କ ସଫଳତାରେ ନିଜ ରାଜ୍ୟ ସହ ମସଗ୍ର ଦେଶ ଆଜି ଗର୍ବିତ , କହିଲେ ଅତ୍ୟୁକ୍ତି ହେବ ନାହିଁ ।