ଆଜି ରିଲିଜ ହୋଇଛି ପ୍ରଥମ ଓଡିଆ ବାୟୋପିକ୍ ସିନେମା ‘ତୁଳସୀ ଅପା’ !

41

ଆଜି ରିଲିଜ୍ ହେଉଛି ପ୍ରଥମ ଓଡିଆ ବାୟୋପିକ୍ ସିନେମା । ପରଦାକୁ ଆସୁଛି ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ସଂଘର୍ଷମୟ ଜୀବନ ଉପରେ ଆଧାରିତ ଓଡିଆ ଚଳଚ୍ଚିିତ୍ର ‘ତୁଳସୀ ଅପା’ । କେନ୍ଦୁଝରରେ ବସବାସ କରୁଥିବା ନୀରିହ ଆଦିବାସୀଙ୍କ ସମସ୍ୟାକୁ ନେଇ ନିର୍ମିତ ଓଡିଆ ଚଳଚ୍ଚିିତ୍ର ତୁଳସୀ ଅପା । ବିଶେଷ କରି ନିଜ ଜନ୍ମମାଟି ଏବଂ ଆଦିବାସୀଙ୍କ ଜୀବନ ଜୀବିକା ପାଇଁ ଅହରହ ସଂଘର୍ଷ କରିଆସୁଥିବା ତୁଳସୀ ମୁଣ୍ଡାଙ୍କ ନିଛକ କାହାଣୀକୁ ଏହି ଚଳଚ୍ଚିିତ୍ରରେ ଦେଖିବାକୁ ମିଳିବ ।

ଅମୀୟ ପଟ୍ଟନାୟକ ପ୍ରଡକସନ ନିବେଦିତ ଏହି ଚଳଚିତ୍ରରେ ତୁଳସୀ ମୁଣ୍ଡାଙ୍କ ଭୂମିକାରେ ନବାଗତ ଅଭିନେତ୍ରୀ ବର୍ଷା ନାୟକଙ୍କୁ ଦେଖିବାକୁ ମିଳିଛି । ଚଳଚିତ୍ରରେ ପ୍ରେମାଜଂନ ପରିଡା, ଚୌଧୁରୀ ବିକାଶ ଦାସ ଓ ମମତା ପଣ୍ଡାଙ୍କ ବଳିଷ୍ଠ ଅଭିନୟ ରହିଛି । ଅମୀୟ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ଏହି ଚଳଚ୍ଚିିତ୍ରଟି ରାଜ୍ୟ ତଥା ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ଉଚ୍ଚ ପ୍ରଶଂସିତ ହୋଇଛି । ଏହା ସହିତ ରାଜ୍ୟ ଚଳଚ୍ଚିିିତ୍ର ଉତ୍ସବରେ ୬ ଟି ପୁରସ୍କାର ହାସଲ କରିବାରେ ସକ୍ଷମ ହୋଇସାରିଛି ଏହି ସିନେମା ।