ତିଆରି ହେଲା ଦେଶର ପ୍ରଥମ ମେକ୍ ଇନ୍ ଇଣ୍ଡିଆ ଟ୍ରେନ୍ : ବିନା ଇଞ୍ଜିନରେ ବି ମେଟ୍ରୋ ଟ୍ରେନ ଠାରୁ ଦୁଇଗୁଣା ଅଧିକ ବେଗରେ ଦୌଡ଼ିବ

106

ତିଆରି ହୋଇଗଲା ଦେଶର ପ୍ରଥମ ମେକ୍ ଇନ୍ ଇଣ୍ଡିଆ ‘ଟ୍ରେନ୍ ୧୮’ । ବିନା ଇଞ୍ଜିନରେ ଚାଲିବ ଏହି ଟ୍ରେନ୍ । ଏହାର ବେଗ ମଧ୍ୟ ଖୁବ ଅଧିକ ରହିବ ବୋଲି ସୂଚନା ମିଳିଛି । ଅନୁସନ୍ଧାନ, ଅଭିକଳ୍ପ୍ୱ ଓ ମାନକ ସଂଗଠନ ଖୁବ ଶୀଘ୍ର ଏହାର ପରୀକ୍ଷଣ କରିବ । ୮୦ ଦିନରେ ପୁରା ହେବ ଏହି କାମ ।

୧୬ ବଗି ବିଶିଷ୍ଟ ଏହି ଟ୍ରେନ୍ ସେଲ୍ଫ ପ୍ରଫେସନାଲ ସିଷ୍ଟମରେ ଚାଲିବ । ବଗି ତଳେ ଟ୍ରାକ୍ସନ ମୋଟର ଲାଗିଛି । ୧୫ ଅକ୍ଟୋବର ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଯିବ ଟ୍ରେନ୍ । ସର୍ବପ୍ରଥମେ ଦିଲ୍ଲୀ-ଭୋପାଳ ଦିଗ ଦେଇ ଚାଲିବ ଏହି ଟ୍ରେନ୍ । ଶତାଦ୍ଦୀ ଏକ୍ସପ୍ରେସରେ ଜାଗାରେ ଏହି ଟ୍ରେନ୍ ଚଳାଳଚ ହେବ । ତେବେ ଟ୍ରେନ୍ ଚଳାଳଚଳ ପୂର୍ବରୁ ଟ୍ରେନ୍ ୧୮ର ଟ୍ରାଏଲ ଦୁଇଟି ରୁଟରେ କରାଯିବ । ମୁରାଦାବାଦରୁ ସହରାନପୁର ପର୍ଯ୍ୟନ୍ତି ୧୧୫ କିମ ପର୍ଯ୍ୟନ୍ତ ପ୍ରଥମେ ଏହି ଟ୍ରେନ୍ ଚାଲିବ ।

ଅତ୍ୟାଧୁନିତକ ସୁବିଧା ସହ ଆସୁଛି ‘ଟ୍ରେନ୍ ୧୮’ । ଏକଜିକ୍ୟୁଟିଭ ଓ ନନ ଏକଜ୍ୟୁକୁଟିଭ ଦୁଇଟି କ୍ଲାସରେ ଭାଗ ହୋଇଛି ଟ୍ରେନ୍ । ଟ୍ରେନରେ ୱାଇଫାଇ, ଜିପିଏସ୍ ପାସେଞ୍ଜର ଇନଫୋଟେନମେଂଟ ସିଷ୍ଟମ, ଅଟୋମଟେିକ ଡ଼ୋର, ଏଲଇଡ଼ି ଲାଇଟ୍, ଦିବ୍ୟାଙ୍କ ପାଇଁ ପ୍ଲାଟଫର୍ମ ଆଡ଼କୁ ଖୋଲୁଥିବା ରାମ୍ପ, ସିସିଟିଭି, ଯାତ୍ରୀଙ୍କ ପାଇଁ ଏମରଜ୍ନେ୍ି ଟେକବ୍ୟାକ୍ ୟୁନିଟ୍, ୟୁରୋପିଆନ୍ ଷ୍ଟାଇଲର ସିଟ୍, ମୋଡ଼ୁଲାର ଟୟଲେଟ୍ ଆଦି ସୁବିଧା ଉପଲବ୍ଧ ହେବ ।

ମେଟ୍ରୋ ଟ୍ରେନ ବେଗର ଦୁଇଗୁଣା ଅଧିକ ବେଗରେ ଯିବା ଆସିବ କରିବ ଏହି ଟ୍ରେନ୍ । ମେଟ୍ରୋ ଟ୍ରେନ୍ରେ ବେଗ ସାଧାରଣତଃ ୮୦ କିମି ପ୍ରତି ଘଂଟା ଥାଏ । ଏପଟେ ଟ୍ରେନ୍ ୧୮ର ଘଂଟା ପ୍ରତି ବେଗ ରହିବ ୧୬୦ କିମ ।