ମହାକାଶରେ ବନିବ ଦୁନିଆର ପ୍ରଥମ ହୋଟେଲ : ପହଂଚିବାକୁ ଲାଗିବ ୧୨ ଦିନ, ହୋଟେଲରେ ମିଳିବ ଅନେକ ସୁବିଧା 

189

ମହାକାଶରେ ଦୁନିଆର ପ୍ରଥମ ହୋଟେଲ ନିର୍ମାଣ କରାଯିବ । ଏହାକୁ ୨୦୨୧ରେ ସ୍ଥାପନ କରିବାର ଯୋଜନା ଅଛି । ବର୍ଷ ୨୦୨୨ରେ ଏଠାକୁ ଅତିଥି ଯାଇପାରିବେ । ୧୨ ଦିନର ମହାକାଶ ଯାତ୍ରା କରି ୬ଜଣ ଯାତ୍ରୀ ହୋଟେଲରେ ରହିପାରିବେ । ହୋଟେଲକୁ ଯିବା ପାଇଁ ଜଣେ ବ୍ୟକ୍ତି ପିଛା ୯.୫ ମିଲିୟନ୍ ଡଲାର(୬୭ କୋଟି) ଖର୍ଚ୍ଚ ହେବ ।

ଯାତ୍ରୀ ଜିରୋ ଗ୍ରାଭିଟି ସ୍ଥିତିରେ ରହିବେ । ହୋଟେଲର ନାମ ଆରୋରା ଷ୍ଟେସନ ଦିଆଯାଇଛି । ଏହି ହୋଟେଲକୁ ଆମେରିକୀୟ କମ୍ପାନୀ ଓରାୟନ୍ ସ୍ପାନ୍ ନିର୍ମାଣ କରିଛିି । ଓରାୟନ ସ୍ପାନ କହିଛିି କି, ମହାକାଶରେ ଏକ ସାଧାରଣ ମଣିଷକୁ ପହଂଚାଇବା ଏହାର ଉଦ୍ଦେଶ୍ୟ । କମ୍ ଦାମରେ ଲୋକ ମହାକାଶ ଯାତ୍ରାର ମଜା ନେଇପାରିବେ । ୧୨ ଦିନର ଯାତ୍ରାରେ ଲୋକଙ୍କୁ  ମହାଶୂନ୍ୟ ଭଳି ଅନୁଭବ ହେବ । ହୋଟେଲ ୯୦ ମିନିଟରେ ପୃଥିବୀର ଗୋଟିଏ ଘେର ଲଗାଇପାରିବ । ୨୪ ଘଣ୍ଟାରେ ଯାତ୍ରୀଙ୍କୁ ୧୬ ଥର ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଦେଖାଯିବ । ଆରୋରା ଷ୍ଟେସନରେ ଯାତ୍ରୀ  ପୃଥିବୀରେ ଥିବା ତାଙ୍କ ପରିଜନଙ୍କ ସହ ଲାଇଭ୍ ଚାଟ୍ କରିପାରିବେ । ହୋଟେଲରେ ହାଇସ୍ପିଡ୍ ୱେରଲେସ୍ ଇଣ୍ଟରନେଟ୍ ର ସୁବିଧା ମିଳିବ ।

ହୋଟେଲ ୩୫ ଫୁଟ୍ ଲମ୍ବା ଓ ୧୨ ଫୁଟ୍  ଚଉଡା ହେବ । ଅର୍ଥାତ୍ ଏହା ଏକ ପ୍ରାଇଭେଟ୍ ଜେଟ୍ ଭଳି ହେବ । ଏଥିରେ ସ୍ଲିପିଙ୍ଗ ପଡସ୍ ଓ ଉଚ୍ଚ ଗୁଣାବତ୍ତା ସମ୍ପନ୍ନ ଖାଦ୍ୟ ଉପଲବ୍ଧ ହେବ । ହୋଟେଲରେ ବାର୍ ବି ନିର୍ମାଣ କରାଯାଇଛି । ଟେକ୍ସାସର ଏକ କମ୍ପାନୀ ୨୦୨୪ ପର୍ଯ୍ୟନ୍ତ ମହାକାଶରେ ଏକ କମର୍ସିଆଲ ସ୍ପେଶ୍ ଷ୍ଟେସନ୍ ସ୍ଥାପିତ କରିବାର ଯୋଜନା କରୁଛି । ଜଣେ ବ୍ରିଟିଶ ବ୍ୟବସାୟୀ ରିଚାର୍ଡ ବ୍ରେନ୍ସନ୍ ର ଭର୍ଜିନ୍ ଗୈଲେକ୍ଟିକ୍ ମଧ୍ୟ ଲୋକଙ୍କୁ ମହାକାଶର ଯାତ୍ରା କରାଇବା ପାଇଁ ଘୋଷଣା କରିଥିଲେ । ଯେଉଁଥିରେ ପ୍ରତି ଯାତ୍ରୀ ପିଛା ଅଢ଼େଇ ଲକ୍ଷ ଡଲାର ଖର୍ଚ୍ଚ କରିବାର କଥା କହିଥିଲେ ।

Comments are closed.