ଲଭ୍ ସେକ୍ସ ଧୋକାର ଆଉ ଏକ କାହାଣୀ : ଯୁବତୀଙ୍କୁ ପ୍ରେମର ଫସାଇ ଶାରୀରିକ ସମ୍ପର୍କ ରଖିବା ପରେ ପ୍ରତାରଣା ଦେଲା ଯୁବକ

77

କନକ ବ୍ୟୁରୋ : ହରିଜନ ଯୁବତୀଙ୍କୁ ପ୍ରେମରେ ଫସାଇଲା ପରେ ତାହା ସହ ଶାରୀରିକ ସମ୍ପର୍କ ରଖିଥିଲା ଯୁବକ । ଧିରେ ଧିରେ ଯୁବତୀଙ୍କ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରୁଥିଲା ଯୁବକ । ପରେ ଯୁବତୀଙ୍କୁ ଧୋକା ଦେବାପାଇଁ ଚେଷ୍ଟା କରୁଥିଲା ଯୁବକ । ଏପରି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅର୍ନ୍ତଗତ ଜୟନଗର ପଞ୍ଚାୟତ ଚାଉଳିଆ କୋହ୍ଲା ଗାଁରେ । ତେବେ ଜଣାପଡିଛି ଯେ, ଉଭୟ ଯୁବକ ଓ ଯୁବତୀ ଗୋଟିଏ ଗାଁରେ ବସବାସ କରନ୍ତି । ପରେ ଯୁବତୀ (ରାଣୀ ୧୭)ଛଦ୍ମ ନାମ କୁ ସେହି ଗାଁର ଶ୍ରବଣ ଜାତିର ଯୁବକ ମୌନବ୍ରତ ପ୍ରଧାନ ଦୀର୍ଘ ଦୁଇବର୍ଷ ହେବ ଭଲପାଇ ଆସୁଥିଲା ଏବଂ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲା । ତେବେ ବାରମ୍ବାର ଏପରି ସମ୍ପର୍କ ରଖିଲା ପରେ ଯୁବତୀ ଜଣକ ବିବାହ କରିବା ପାଇଁ ଯୁବକକୁ ବାଧ୍ୟ କରିଥିଲା । କିନ୍ତୁ ସେହି ଯୁବତୀ ଜଣଙ୍କୁ ବିବାହ କରି ନିଜ ଘରକୁ ନେବା ପାଇଁ ଇଚ୍ଛା ପ୍ରକାଶ କରୁନଥିଲେ ମୌନବ୍ରତଙ୍କ ପରିବାର । କିନ୍ତୁ ଏପଟେ ଯୁବକଙ୍କୁ ବିବାହ କରିବା ପାଇଁ ଯୁବତୀ ଜଣକ ବାଧ୍ୟ କରୁଥିଲେ ନଚେତ୍ ସେ ସମସ୍ତଙ୍କ ପାଖରେ ସତକଥା କହି ଦେବେ ବୋଲି କହିଥିଲେ  ।

ଯୁବତୀ ଘରେ କହି ଦେବେ ବୋଲି କହିବା ପରେ ମୈାନବ୍ରତ ରାଣୀଙ୍କୁ ଫୋନକରି ଅତ୍ୟନ୍ତ ଅଶ୍ଳାଳୀନ ଭାଷାରେ ଗାଳିଗୁଲଜ କରିବା ସହ ପରିବାରକୁ ଏ ଘଟଣା ସମ୍ପର୍କରେ କିଛି ନ କହିବାକୁ କହୁଥିଲେ । ତେବେ ଗତ ୧୩ ତାରିଖ ଦିନ ଯୁବତୀ ତାଙ୍କ ବଡବାପାଙ୍କ ଘରକୁ ଯାଇଥିବା ସମୟରେ ଯୁବକ ଓ ତାର ସାଙ୍ଗ ମାନେ ରାଣୀଙ୍କୁ ଫୋନେରେ ଡାକି ଗାଁ ଦାଣ୍ଡରେ ମାଡ ମାରିବା ସହିତ କେଉଁ ଆଡେ ଟେକିନେଇ ଯାଇଥିଲେ ବୋଲି ରାଣୀଙ୍କ ମା’ ନିକଟସ୍ଥ ଥାନାରେ ଅଭିଯୋଗ କରିଛନ୍ତି । ରାଣୀଙ୍କ ମୁଣ୍ଡରେ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି । ଏହି ବିଷୟରେ ଥାନାରେ ମାମଲା ଦାୟର ହେବା ପରେ ପୋଲିସ ମୌନବ୍ରତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଘଟଣା ସମ୍ପର୍କରେ ଅଧିକ ତଦନ୍ତ କରାଯିବ ବୋଲି ପୋଲିସ କହିବା ସହ ରାଣୀଙ୍କୁ କେଉଁ ଆଡେ ଉଠାଇ ନେଇଥିଲେ ଓ ମୈାନବ୍ରତଙ୍କ ସାଙ୍ଗରେ କେଉଁମାନେ ଉପସ୍ଥିତ ଥିଲେ ସେ ସମସ୍ତ ଘଟଣାର ତଦନ୍ତ ହେବ । ଯଦି ଅନ୍ୟମାନେ ରାଣୀଙ୍କ ସହ ସେପରି କିଛି ଅଶ୍ଳୀଳ କାମ କରିଥିବେ ତେବେ ସେମାନଙ୍କୁ ଗିରଫ କରାଯିବା ସହ କଠୋର ଦଣ୍ଡ ଦିଆଯିବ । ପରେ ରାଣୀଙ୍କ ଡାକ୍ତରୀମାଇନା କରାଯିବା ସହ କେବେଠାରୁ ଅପରି ହୋଇଛି ସମସ୍ତ ଘଟଣା ବିଷୟରେ ଖୋଳତାଡ କରାଯିବ ବୋଲି ପୋଲିସ କହିଛି ।