ଓବାମାଙ୍କ ପ୍ରଥମ ପ୍ରେମ ! ଦେଖନ୍ତୁ ଅଧୁରା ପ୍ରେମକାହାଣୀର ପୁରା ଦୃଶ୍ୟ

34

ଚର୍ଚ୍ଚାରେ ବାରାକ୍ ଓବାମାଙ୍କ ପ୍ରେମକାହାଣୀ । ଏକଦା ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତିତ୍ୱ କୁହାଯାଉଥିବା ଓବାମାଙ୍କ ଲଭଷ୍ଟୋରିର ଖୁଲାସା ହୋଇଛି ଏକ ପୁସ୍ତକରେ । ପୂର୍ବ ଆମେରିକୀୟ ରାଷ୍ଟ୍ରପତିଙ୍କ ପ୍ରଥମ ପ୍ରେମ ନ ଥିଲେ ପତ୍ନୀ ମିଶେଲ୍ । ମିଶେଲଙ୍କ ପୂର୍ବରୁ ଓବାମାଙ୍କ ଜୀବନକୁ ପ୍ରେମିକା ହୋଇ ଆସିଥିଲେ ଶେଲା ମିୟୋଶୀ । ଯାହାଙ୍କ ସହ ଢେର କିଛି ଚାଲିଥିଲା ରୋମାନ୍ସ ।

ଓବାମାଙ୍କ ଜୀବନକାହାଣୀ ଉପରେ ଡେଭିଡ୍ ଗ୍ୟାରୋଙ୍କ ଲିଖିତ ପୁସ୍ତକରେ ଖୁଲାସା ହୋଇଛି ଏହି ତଥ୍ୟର । ରାଇଜିଂ ଷ୍ଟାର ବହିରେ ଡେଭିଡ୍ ବିସ୍ତୃତ ଭାବେ ଉଲ୍ଲେଖ କରିଛନ୍ତି ବାରାକ୍ ଓବାମାଙ୍କ ପ୍ରଥମ ପ୍ରେମ କାହାଣୀର । ଯେଉଁଥିରେ ସ୍ପଷ୍ଟ ଲେଖାଅଛି ଶେଲା ହିଁ ଓବାମାଙ୍କ ପ୍ରଥମ ପ୍ରେମ ।

ଓବାମାଙ୍କ ବୟସ ସେତେବେଳକୁ ୨୫ ଓ ଶେଲାଙ୍କର ୨୩ । ଚିକାଗୋରେ ଦେଖା ସାକ୍ଷାତରୁ ହୁଏ ମନ ଦିଆନିଆ । ସମ୍ପର୍କରେ କ୍ରମେ ଆସେ ଗଭୀରତା । ଦୁହେଁ ସ୍ୱପ୍ନ ଦେଖନ୍ତି ପରସ୍ପର ସହ ଜୀବନ ବିତାଇବାର । ବିବାହ କରିବାର ନିଷ୍ପତି ନେଇ ଶେଲା ନିଜ ପରିବାରକୁ ଜଣାନ୍ତି ଓବାମାଙ୍କ ବିଷୟରେ । ତେବେ ଓବାମା କୃଷ୍ଣକାୟ ଓ ଶେଲା ଜଣେ ଶ୍ୱେତାଙ୍ଗ ହୋଇଥିବାରୁ ଶେଲାଙ୍କ ପରିବାର ବାହାନା କରେ । ଶେଲାଙ୍କ ବୟସ ବିବାହଯୋଗ୍ୟ ନୁହଁ କହି ଏଡ଼ାଇଦିଆଯାଏ ବାହାଘର । ବ୍ରେକ୍ ଅପ୍ ହେବାର ସମ୍ଭାବନା ସୃଷ୍ଟି ହୁଏ । ତେବେ ତଥାପି ଦୁହିଁଙ୍କ ମଧ୍ୟରେ କମେ ନାହିଁ ଘନିଷ୍ଠତା ।

ପୁସ୍ତକରେ କୁହାଯାଇଛି ଓବାମାଙ୍କ ବ୍ରେକ୍ ଅପ୍ ପଛର ମୁଖ୍ୟ କାରଣ ଥିଲା ତାଙ୍କ ରାଜନୈତିକ ମହତ୍ୱାକାଂକ୍ଷା । ବର୍ଣ୍ଣବୈଷମ୍ୟକୁ ନେଇ ସେତେବେଳେ ଆମେରିକାରେ ରାଜନୀତି ଜୋର ଧରିଥିବାରୁ ଓବାମା ମଧ୍ୟ ସଂଶ୍ଳିଷ୍ଟ ହୋଇଯାଇଥିଲେ ଏଥିରେ । ଯାହାକୁ ଶେଲା ସବୁବେଳେ ନାପସନ୍ଦ କରିଆସୁଥିଲେ । ପରେ ଓବାମା ହାଭାର୍ଡ ଚାଲି ଆସିବା ଓ ଶେଲା ଦକ୍ଷିଣ କୋରିଆ ଚାଲିଯିବା ବ୍ରେକ୍ ଅପକୁ ସୁନିଶ୍ଚିତ କରିଥିଲା ।

ତେବେ ଏହାର ଅନେକ ବର୍ଷ ପରେ ଶେଲା ଓ ଓବାମାଙ୍କ ସାକ୍ଷାତ ହୋଇଥିଲା କିନ୍ତୁ ସେତେବେଳକୁ ଓବାମା ମିଶେଲଙ୍କ ବିବାହ କରିସାରିଥିଲେ । ବର୍ତମାନ ଓବାମାଙ୍କ ପ୍ରଥମ ପ୍ରେମିକା ଶେଲା ଏକ ଓହିୟୋ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରୁଛନ୍ତି ।