ଶ୍ରୀଦେବୀଙ୍କ ନୂଆ ଇନିଙ୍ଗ୍ସ ! ଆସିଲା ଆଗାମୀ ସିନେମା ‘ମମ୍’ର ଫାଷ୍ଟ୍ ଲୁକ୍

38

ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଥରେ ବଡ ପରଦାରେ ନଜର ଆସୁଛନ୍ତି ଶ୍ରୀଦେବୀ । ଆଗାମୀ ସିନେମା ‘ମମ୍’ର ଜରିଆରେ କମ୍ ବ୍ୟାକ୍ କରିବା ସହ ନୂଆ ଇନିଙ୍ଗସ୍ ଆରମ୍ଭ କରିଛନ୍ତି ବିଗତ ଦିନର ଏହି ହିଟ୍ ନାୟିକା । ଆଉ ଏହାର ଫାଷ୍ଟ ଲୁକ୍ ଟ୍ୱିଟରରେ ଶେୟାର୍ କରିଛନ୍ତି ନିଜେ ହୱା ହୱାଇ ଗର୍ଲ ।

ବୋନି କପୁରଙ୍କ ପ୍ରଯୋଜିତ ଏହି ସିନେମାରେ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି ରବି ଉଦ୍ୟୱାର୍ । ତେବେ ‘ମମ୍’ ପୂର୍ବରୁ ଶ୍ରୀଦେବୀ ୨୦୧୨ ରେ ଆସିଥିବା ସିନେମା ‘ଇଙ୍ଗଲିସ୍ ଭିଙ୍ଗଲିସ୍’ରେ ଲିଡ୍ ରୋଲରେ ନଜର ଆସିଥିଲେ । ସିନେମାଟି ହିଟ୍ ହେବା ସହ ଅନେକ ଚର୍ଚ୍ଚା ଓ ଅୱାର୍ଡ ମଧ୍ୟ ନିଜ ନାଁରେ କରିଥିଲା ।