ଚାଷୀଙ୍କ ପାଇଁ ୩୪ ହଜାର କୋଟି ଟଙ୍କାର ଋଣ ଛାଡକଲେ କର୍ଣ୍ଣାଟକ ସରକାର : ପ୍ରଥମ ବଜେଟରେ ପ୍ରତିଶୃତି ରଖିଲେ କୁମାରସ୍ୱାମୀ

22

କନକ ବ୍ୟୁରୋ : ଗୁରୁବାର କର୍ଣ୍ଣାଟକ ମେଣ୍ଟ ସରକାର ନିଜର ପ୍ରଥମ ବଜେଟ ବିଧାନସଭାରେ ଉପସ୍ଥାପନ କରୁଛନ୍ତି । ଏହି ବଜେଟରେ ପୂର୍ବ ପ୍ରତିଶ୍ରୁତି ଅନୁସାରେ ଚାଷୀମାନଙ୍କର ଋଣ ଛାଡ କରାଯାଇଛି । ତେବେ ତାଙ୍କ ସରକାର ଲୋକମାନଙ୍କୁ ଦେଇଥିବା ସମସ୍ତ ପ୍ରତିଶୃତି ପୂରଣ କରିବ ବୋଲି ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ କହିଛନ୍ତି ।

ବଜେଟର କ’ଣ କ’ଣ ରହିଛି ଦେଖନ୍ତୁ ?

Kumaraswamy wins floor test
image courtesy-https://www.google.co.in

– ୨୦୧୭ – ୧୮ ଆର୍ଥିକ ବର୍ଷରେ କର୍ଣ୍ଣାଟକର ଜିଏସଡିପିର ଦର ୮.୫ ରହିବ । ଯାହାକି ପୂର୍ବ ବର୍ଷ ୭.୫ ପ୍ରତିଶତ ଥିଲା ।

– ରାଜ୍ୟରେ ପେଟ୍ରୋଲ ଦର ୧.୧୪ ପଇସା ବଢିପାରେ । ଡିଜେଲ ଦାମ ମଧ୍ୟ ୧.୨୦ ପଇସା ବୃଦ୍ଧି ହୋଇପାରେ ।

– କର୍ଣ୍ଣାଟକରେ କନ୍ନଡ ଭାଷାସହ ଏଣିକି ଇଂରାଜୀ ଭାଷାରେ ମଧ୍ୟ ପିଲାମାନଙ୍କୁ ପାଠ ପଢାଯିବ । ପ୍ରଥମେ ୧୦୦୦ ବିଦ୍ୟାଳୟରେ ପରୀକ୍ଷା ମୂଳକ ଭାବରେ ଏହା ଲାଗୁ କରାଯିବ ।

– ବେଙ୍ଗାଲୁରୁର ଏକ ବିଶେଷ କାର୍ଯ୍ୟଲାଗି ୫୦ କୋଟି ଅର୍ଥ ମଞ୍ଜୁର ।

– କର୍ଣ୍ଣାଟକ ସରକାର ଆଦି ଶଙ୍କରଚାର୍ଯ୍ୟଙ୍କ ଜନ୍ମ ଉତ୍ସବ ପାଳନ କରିବେ ।

– ଭାରତୀୟ ମଦ ଉପରେ ୪ ପ୍ରତିଶତ ଟିକସ ଲାଗୁ କରାଯିବ । ଯାହା ଦ୍ୱାରା ରାଜ୍ୟକୁ ଅଧିକ ୧୦୦୦ କୋଟି ଟଙ୍କା ଅଧିକ ରାଜସ୍ୱ ମିଳିବ ।

– ବେଙ୍ଗାଲୁରୁରେ ଏକ ରିଂଗ ରୋଡ ନିର୍ମାଣ କରାଯିବ । ପୂର୍ବ କଂଗ୍ରେସ ସରକାରର ସମସ୍ତ ଯୋଜନା ଜାରି ରହିବ । ଇନ୍ଦିରା କ୍ୟାଣ୍ଟିନର ପ୍ରସାର କରାଯିବ ।

– ଚାଷୀମାନଙ୍କୁ ୨୦୧୭ ମସିହା ୩୧ ଡିସେମ୍ବର ପର୍ଯ୍ୟନ୍ତ ଋଣ ଉପରେ ମିଳିବ ଲାଭ । ସମସ୍ତ ଚାଷୀଙ୍କର ୨ ଲକ୍ଷ ପର୍ଯ୍ୟନ୍ତ ଋଣ ଛାଡ ହେବ ।

ଏହି ପରି ଭାବରେ କୁମାରସ୍ୱାମୀ, ବଜେଟ ଅଧିବେଶନ ବିଧାନସଭାରେ ଉପସ୍ଥାପନ କରୁଛନ୍ତି । ଏହି ଅଧିବେଶନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ମଧ୍ୟ ଉପସ୍ଥିତ ଅଛନ୍ତି । “ବିଧାନସଭାରେ ଏହା ମୋର ପ୍ରଥମ ବଜେଟ ଅଧିବେଶନ ହୋଇଥିବାରୁ ମୁଁ ଉତ୍ସାହିତ” ବୋଲି କୁମାରସ୍ୱାମୀ କହିଛନ୍ତି । ବଜେଟ ହେବା ପୂର୍ବରୁ ବୁଧବାର କଂଗ୍ରେସର ଅଧ୍ୟକ୍ଷ ରାହୁଲ ଗାନ୍ଧି ଟୁଇଟ କରି କହିଥିଲେ ଯେ ଦଳ ଦେଇଥିବା ସମସ୍ତ ପ୍ରତିଶୃତି ପୂରଣ କରାଯିବ ।

କୁମାର ସ୍ୱାମୀ ସକାଳ ୧୦ଟା ରୁ ହିଁ ବଜେଟ ଉପସ୍ଥାପନ କରିଥିଲେ । ତେବେ ମୁଖ୍ୟମନ୍ତ୍ରୀ କେବଳ କର୍ପୋରେଟିଭ ବ୍ୟାଙ୍କ କିମ୍ବା ସମସ୍ତ ବ୍ୟାଙ୍କରୁ ଋୁଣ ନେଇଥିବା ଚାଷୀଙ୍କ ଋଣ ଛାଡ କରୁଛନ୍ତି ତାହାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି । ଚାଷୀଙ୍କ ଦାବୀ ଥିଲା ସମସ୍ତ ଋଣକୁ ଏକା ସାଙ୍ଗରେ ଛାଡ କରାଯାଉ । ରାଜ୍ୟ କୃଷି ବିଭାଗର ରିର୍ପୋଟରୁ ଜଣାପଡୁଛି ଯେ ସାରା ରାଜ୍ୟରେ ୨୫୨୫ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି । ତେବେ ପୂର୍ବ ଘୋଷଣା ଅନୁସାରେ ଚାଷୀଙ୍କ ଋଣ ଛାଡ କରାଯିବ ।

ବର୍ତ୍ତମାନ ରାଜ୍ୟରେ ପାଖାପାଖି ୫୩ ହଜାର କୋଟି ଟଙ୍କା ଛାଡ କରାଯିବାର ବ୍ୟବସ୍ଥା । ଯଦି ଏହା କରାଯାଏ ତେବେ ରାଜ୍ୟର ରାଜକୋଷ ଉପରେ ଏହାର ପ୍ରଭାବ ପଡିପାରେ । ପୂର୍ବରୁ କଂଗ୍ରେସ ସରକାର ମଧ୍ୟ ୮୧୬୫ କୋଟି ଟଙ୍କା ଋଣ ଛାଡ କରିସାରିଛି । ଯେଉଁଥିରେ ୨୨,୨୭,୫୦୬ ଚାଷୀ ଉପକୃତ ହେଇଥିଲେ । ସେତେବେଳେ ଯେଉଁ ଚାଷୀମାନେ ୨୦୧୭ ମସିହା ଜୁନ ୨୦ ତାରିଖ ମଧ୍ୟରେ ଋଣ ନେଇଥିଲେ କେବଳ ସେହି ମାନେ ହିଁ ଏହାର ଲାଭ ପାଇଥିଲେ ।