ଲଣ୍ଡନରେ ହେଲା ବିଶ୍ୱର ଦ୍ୱିତୀୟ ଦୀର୍ଘତମ ରେଳରୁଟ୍ ! ଅନ୍ୟ ଦେଶଙ୍କ ସହ ବାଣିଜ୍ୟିକ ସମ୍ପର୍କ ମଜବୁତ କରିବାର ଲକ୍ଷ୍ୟ

17

କନକ ବ୍ୟୁରୋ: ୧୨ ହଜାର କିଲୋମିଟର ରାସ୍ତା ଅତିକ୍ରମ କରି ଚୀନର ଇବ୍ୟୁ ସହରରେ ପହଂଚିଛି ଲଣ୍ଡନ-ଚୀନ୍ ଟ୍ରେନ୍ । ଏହା ହେଉଛି ବିଶ୍ୱର ଦ୍ୱିତୀୟ ଦୀର୍ଘତମ ରେଳରୁଟ୍ । ଏହି ଟ୍ରେନ୍ ଲଣ୍ଡନରୁ ବାହାରିଥିଲା ଏପ୍ରିଲ ମାସ ୧୦ ତାରିଖରେ । ଟ୍ରେନରେ ବେବି ଫୁଡ୍, ଔଷଧ, ଯନ୍ତ୍ରପାତି ସମେତ ଅନ୍ୟ ବାଣିଜ୍ୟିକ ସାମଗ୍ରୀ ଲୋଡ୍ କରାଯାଇଥିବା ଜଣାପଡ଼ିଛି । ଯାତ୍ରା ସମୟରେ ଏହି ମାଲଗାଡ଼ି କାଝାକସ୍ଥାନ, ରୁଷ, ବେଲାରୁଷ୍, ପୋଲାଣ୍ଡ, ଜର୍ମାନି, ବେଲଜିୟମ୍ ଓ ଫ୍ରାନ୍ସ ପରି ଅନେକ ଦେଶ ଦେଇ ଅତିକ୍ରମ କରିଥିଲା ।

ଏହି ଟ୍ରେନ ଜରିଆରେ ଚୀନ, ୟୁରୋପ୍ ଓ ବ୍ରିଟେନ୍ ସହ ଦ୍ୱିପାକ୍ଷିକ ବାଣିଜ୍ୟିକ ସମ୍ପର୍କ ମଜବୁତ କରିବାର ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି ।