୪ ଡିରେ ନିର୍ମାଣ ହେବ ବଲିଉଡ୍ ସିନେମା ! ପ୍ରଥମ ଥର ପାଇଁ ନଜର ଆସିବ କ୍ୟାଟ୍ ଏବଂ ବରୁଣଙ୍କ ଯୋଡି ।

90

‘ରେସ୍‌-୩’ପାଇଁ ବ୍ୟସ୍ତ ଥିବା ନିର୍ଦ୍ଦେଶକ ରେମୋ ଡ଼ିସୁଜା ଖୁବଶୀଘ୍ର ଡ଼୍ୟାନସ ଉପରେ ଆଧାରିତ ଏକ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି, ଯାହା ତାଙ୍କର ପୂର୍ବ ଫିଲ୍ମ ‘ଏବିସିଡ଼ି’ ଓ ‘ଏବିସିଡ଼ି-୨’ଠାରୁ ମଧ୍ୟ ଅଧିକ ବିଗ୍‌ବଜେଟର ହେବ ବୋଲି ଶୁଣାଯାଉଛି। ଏହାର ପ୍ରଯୋଜନା କରୁଛନ୍ତି ଟି-ସିରିଜର ଭୂଷଣ କୁମାର। ଏହା ଭାରତର ସବୁଠାରୁ ବଡ଼ ଡ୍ୟାନସ ଫିଲ୍ମ ହେବ ବୋଲି କୁହାଯାଉଛି । ଖାଲି ସେତିକି ନୁହେଁ ଏହି ନାମକରଣ ହୋଇ ନଥିବା ସିନେମାକୁ ସେ ୪ଡିରେ ତିଆରି କରିବେ ବୋଲି ଜଣାଗଲାଣି । ଏଥିପାଇଁ ରେମୋ ଲସ ଏଞ୍ଜେଲସ୍‌ ଯାଇ ସେହି ଟେକ୍ନାଲୋଜି ସଂପର୍କରେ ଅଧିକ ଜ୍ଞାନ ଆହରଣ କରିବେ।ସବୁଠୁ ବଡ଼ କଥା ହେଲା,ଏହି ସିନେମାରେ ବରୁଣ ଧଓ୍ଵନ୍‌ ଓ କ୍ୟାଟ୍ରିନା କୈଫଙ୍କ ଯୋଡ଼ିକୁ ଦର୍ଶକ ପ୍ରଥମଥର ପାଇଁ ଭେଟିବେ। ବରୁଣ ଆଗରୁ ତାପସୀ ପନୁ,ଜାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌,ଅନୁଷ୍କା ଶର୍ମା,କ୍ରିତି ସାନନ୍‌ ଓ ଆଲିଆ ଭଟ୍ଟ ପ୍ରମୁଖ ନାୟିକାଙ୍କ ସହ ପରଦାରେ ନଜର ଆସିଛନ୍ତି। ଅପର ପକ୍ଷରେ କ୍ୟାଟ୍ରିନା ସଲମାନ୍‌ ଖାନ୍‌,ଶାହରୁଖ୍‌ ଖାନ୍‌,ଅମୀର୍‌ ଖାନ୍‌,ରଣବୀର୍‌ କପୁର୍‌ ଓ ରିତିକ୍‌ ରୋଶନଙ୍କ ଭଳି ଟପ୍‌ ଷ୍ଟାରଙ୍କ ସହ ସ୍କ୍ରିନ୍‌ ସେଆର୍‌ କରିଛନ୍ତି। ବରୁଣ୍‌ ଧଓ୍ଵନ୍‌ କ୍ୟାଟ୍ରିନା କୈଫଙ୍କ ସହ କାମ କରିବାକୁ ନେଇ ଖୁବ୍‌ ଉତ୍ସାହିତ ଅଛନ୍ତି। ସେ କହିଛନ୍ତି ଯେ,ଆଗରୁ ସେ ନ୍ୟୁୟର୍କରେ ଏକ କାର୍ଯ୍ୟକ୍ରମରେ କ୍ୟାଟ୍ରିନା ଙ୍କ ସହିତ ଡ଼୍ୟାନ୍ସ ପରଫରମାନ୍ସ ଦେଇଥିଲେ। ତାଙ୍କ ସହିତ ସ୍କ୍ରିନ୍‌ ସେଆର୍‌ କରିବାକୁ ସେ ଉତ୍କଣ୍ଠିତ ବୋଲି କହିଛନ୍ତି। ଠିକ୍‌ ସେହିପରି କ୍ୟାଟ୍ରିନା ବି ବରୁଣଙ୍କ ସହ କାମ କରିବାକୁ ଉତ୍କଣ୍ଠିତ ଅଛନ୍ତି। ଏହି ଅନଟାଇଟଲଡ଼ ଫିଲ୍ମର ସୁଟିଂ ଚଳିତ ବର୍ଷ ଶେଷ ଭାଗରେ ଆରମ୍ଭ ହେବ ଓ ୨୦୧୯ ମସିହା ନଭେମ୍ବର ୮ ତାରିଖରେ ରିଲିଜ ହେବ ବୋଲି ଜଣାଯାଇଛି।