ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୬ବର୍ଷର ଶିଶୁ ଉପରକୁ ଗୁଳିମାଡ : ଅସହ୍ୟ ଯନ୍ତ୍ରଣା ସାଙ୍ଗକୁ ଅଚଳ ଗୋଡରେ ଛଟପଟ ହେଉଛି ଅଜୟ

36

କନକ ବ୍ୟୁରୋ : କୁନି ପିଲାକୁ ଗୁଳିମାଡ । ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ବଡଭୁରୁତା ଗାଁରେ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଟିଏ ୬ବର୍ଷର ଶିଶୁ ଉପରକୁ ଗୁଳିମାଡ କରିଛି ସେହି ଗାଁର ଯଦୁମଣି କହଁର । ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ମେଡିକାଲ ବେଡରେ ଜୀବନ ସହ ସଂଗ୍ରାମ କରୁଛି କଅଁଳା ଶିଶୁ । ପାଖରେ ଅସହାୟ ଜେଜେମାଆ । ଆଉ ଅସହ୍ୟ ଯନ୍ତ୍ରଣା ସାଙ୍ଗକୁ ଅଚଳ ଗୋଡରେ ଛଟପଟ ହେଉଛି ଅଜୟ । ତା ସହିତ ଯାହା ଘଟିଛି ଯେ କେହି ଶୁଣିଲେ ଶିହରୀ ଉଠିବ । ବାମ ଗୋଡରେ ଦୁଇଟି ଗୁଳି ପଶିଥିବା ବେଳ ଡାହାଣ ଗୋଡରେ ଲାଗିଛି ଗୋଟିଏ ଗୁଳି । ବନ୍ଧୁକ କଣ ଜାଣି ନଥିବା ଏହି କୋମଳମତି ଶିଶୁ ଉପରକୁ ହୋଇଛି ତିନି ରାଉଣ୍ଡ ଗୁଳିମାଡ ।

ଏବେ ଅପରେସନ ଅପେକ୍ଷାରେ ହସ୍ପିଟାଲ ବେଡରେ ଅଜୟ । ମଙ୍ଗଳବାର ରାତିରେ ବୌଦ୍ଧ ଜିଲ୍ଲା ତଳଗାଁ ପଂଚାୟତର ବଡଭୁତୁରା ଗାଁରେ ଘଟିଛି ଏହି ଅଘଟଣ । ସେହି ଗାଁର ଶତ୍ରୁଘ୍ନ ମଲ୍ଲିକ ଓ ଯଦୁମଣି କହଁରଙ୍କ ଭିତରେ ଥିଲା ପାରିବାରିକ ଶତ୍ରୁତା । ଆଉ ଉତକ୍ଷିପ୍ତ ହୋଇ ଯଦୁମଣି ଶତ୍ରୁଘ୍ନଙ୍କ ଉପରକୁ ଗୁଳିମାଡ କରିଥିଲା କିିନ୍ତୁ ଗୁଳି ବାଜିଥିଲ ଶତ୍ରୁଘ୍ନଙ୍କ ପୁଅ ଅଜୟ ଦେହରେ । ଆଉ ଇଏ ହେଉଛି ତାପରେର ଦୃଶ୍ୟ । ମୁଖ୍ୟ ଅଭିଯୁକ୍ତି ଯଦୁମଣି କହଁରକୁ ଗିରଫ କରିଛି ପୋଲିସ । ତା’ ନିକଟରୁ ଏକ ଦେଶୀ ମନ୍ଧୁକ ବି ଜବତ କରାଯାଇଛି । କିନ୍ତୁ ଏହି ଘଟଣା ନିର୍ଦ୍ଦୟତାର ଏଭଳି ଏକ ଚିତ୍ର ସାମ୍ନାକୁ ଆଣିଛି ଯାହା ସଭ୍ୟ ସମାଜର ମଣିଷ ପଣିଆ ଉପରେ ପ୍ରଶ୍ନ ସୃଷ୍ଟି କରିଛି ।