ରାଉରକେଲା: ଆରଏସପି କର୍ମଚାରୀଙ୍କୁ ଗୁଳିମାଡ କଲେ ଅଜଣା ଦୁର୍ବୃତ୍ତ

21

କନକ ବ୍ୟୁରୋ : ରାଉରକେଲାରେ ମାତିଲେ ଦୁର୍ବୃତ୍ତ । ଦୁର୍ବୃତ୍ତଙ୍କ ଗୁଳିମାଡରେ ରାଉରକେଲା ଇସ୍ପାତ କର୍ମଚାରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ବୁଧବାର ରାତିରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡରେ ଇସ୍ପାତ କାରଖାନା କର୍ମଚାରୀ ମନୋଜ ତିୱାରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ମନୋଜଙ୍କୁ ଆଇଜିଏଚ ଆଇସିୟୁରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଂଚି ଛାନଭିନ ଜାରି ରଖିଛି ।

ଦେଖନ୍ତୁ ଏହି ଭିଡିଓ :