ଅଶାନ୍ତ କେନ୍ଦ୍ରାପଡା । ପୁଣି ଫୁଟିଲା ଗୁଳି, ଦୃର୍ବୃତଙ୍କ ଗୁଳିରେ ବ୍ୟବସାୟୀ ଗୁରୁତର ଆହତ । କଟକ-ଚାନ୍ଦବାଲି ରାସ୍ତା ଅବରୋଧ କଲେ ସ୍ଥାନୀୟ ବାସିନ୍ଦା ।

432

କନକ ବ୍ୟୁରୋ : ଆଗକୁ ପାଟକୁରା ବିଧାନସଭା ନିର୍ବାଚନ ଥିବା ବେଳେ ଅଶାନ୍ତ ହୋଇପଡିଛି କେନ୍ଦ୍ରାପଡା । ଆଜି କେନ୍ଦ୍ରାପଡାରେ ପୁଣି ଫୁଟିଛି ଗୁଳି । ସ୍ଥାନୀୟ ତିନିମୁହାଣୀ ଅଂଚଳରେ ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ କରିଛନ୍ତି ଦୁର୍ବୃତ । ବ୍ୟବସାୟୀ ବିବେକାନନ୍ଦ ମହାରଣାଙ୍କ ପେଟରେ ଗୁଳି ବାଜିଛି ।

ବିବେକାନନ୍ଦଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କେନ୍ଦ୍ରାପଡାରୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ପ୍ରତିଦିନ ପରି ରାମମନ୍ଦିରରୁ ଘରକୁ ଫେରୁଥିବା ବେଳେ ବାଇକରେ ଦୁଇ ଜଣ ଯୁବକ ଆସି ଅତିନିକଟରୁ ଗୁଳିମାଡ କରି ଫେରାର ହୋଇଯାଇଥିଲେ । ପୂର୍ବ ଶତ୍ରୁତାଙ୍କୁ କେନ୍ଦ୍ର କରି ବିବେକାନନ୍ଦଙ୍କୁ ଗୁଳି କରାଯାଇଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି ।

ଏହି ଘଟଣାକୁ ନେଇ ବର୍ତମାନ ସ୍ଥାନୀୟ ଅଂଚଳରେ ଉତେଜନା ପ୍ରକାଶ ପାଇଛି । ତିନିମୁହାଣୀ ଛକ ନିକଟରେ କଟକ-ଚାନ୍ଦବାଲି ରାସ୍ତା ଅବରୋଧ କରିଛନ୍ତି ଲୋକେ ।