ପୁଣି ରାଜଧାନୀରେ ଚାଲିଲା ଗୁଳି ! ଉପକଣ୍ଠ ସାଁପୁର ଗାଁରେ ପୂର୍ବଶତ୍ରୁତାରୁ ଯୁବକଙ୍କୁ ଗୁଳି

22

କନକ ବ୍ୟୁରୋ: ରାଜଧାନୀରେ ଗୁଳିକାଣ୍ଡ । ଗତକାଲି ରାତି ପ୍ରାୟ ୮ଟାରେ ଭୁବନେଶ୍ୱରର ସମ ହସପିଟାଲ ଛକରେ ହସପିଟାଲର ବାଉନସର ପବିତ୍ର ସେଠୀଙ୍କ ଉପରେ ଗୁଳିମାଡ ହୋଇଛି । ଦୁର୍ବୃତ୍ତମାନେ ତାଙ୍କ ଉପରକୁ ୩ ରାଉଣ୍ଡ ଗୁଳିମାଡ କରିଥିବାବେଳେ ଦେହରେ ୨ଟି ଗୁଳି ବାଜିଛି । ପବିତ୍ରଙ୍କ ହାତ ଓ ପେଟରେ ଦୁଇଟି ଗୁଳି ବାଜିଛି । ଅପରାଧୀଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ଘଟଣାସ୍ଥଳରୁ ୨ଟି ଖୋକା ଜବତ ହୋଇଛି ।