ବ୍ୟାଙ୍କରେ ଗର୍ଜିଲା ବନ୍ଧୁକ! ଆକାଉଣ୍ଟ ଖୋଲିବା ନାଁରେ ବ୍ୟାଙ୍କରେ ପଶିଲେ, ମ୍ୟାନେଜରଙ୍କୁ ଗୁଳି କରି ଫେରାର ହୋଇଗଲେ

392

କନକ ବ୍ୟୁରୋ : ବ୍ୟାଙ୍କରେ ଗର୍ଜିଲା ବନ୍ଧୁକ । ବ୍ୟାଙ୍କ ମ୍ୟାନେଜରଙ୍କୁ ଗୁଳିମାଡ । ଟିଟିଲାଗଡର ବିଜେପୁର ଉକ୍ରଳ ଗ୍ରାମ୍ୟ ବ୍ୟାଙ୍କ ଶାଖାରେ ଦୁଇ ଦୁର୍ବୃତ ବ୍ୟାଙ୍କ ମ୍ୟାନେଜରଙ୍କୁ ଗୁଳି କରିଛନ୍ତି । ବ୍ୟାଙ୍କରେ ଦୁଇ ମୁଖା ପିନ୍ଧା ଦୁର୍ବୃତ ପଶି ମ୍ୟାନେଜରଙ୍କ ଉପରକୁ ଗୁଳି କରିଛନ୍ତି । ଏଥିରେ ତାଙ୍କ ପେଟରେ ଦୁଇଟି ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ବ୍ୟାଙ୍କ ମ୍ୟାନେଜର ହସ୍ପିଟାଲରେ ଭର୍ତିର୍ କରାଯାଇଛି ।

ସୂଚନା ଅନୁଯାୟୀ, ଲୁଟ୍ ଉଦ୍ଦେଶ୍ୟରେ ଦୁଇ ଦୁର୍ବୃତ ବ୍ୟାଙ୍କରେ ପଶିଥଲେ । ଆକାଉଣ୍ଟ ଖୋଲିବା ବାହାନାରେ ମ୍ୟାନେଜରଙ୍କ ପାଖରେ ପହଞ୍ଚିଥିଲେ । ତେବେ ଜଣେ ବ୍ୟକ୍ତି ମ୍ୟାନେଜରଙ୍କୁ ଆକାଉଣ୍ଟ ଖୋଲିବା ବାହାନାରେ ଅନ୍ୟମନସ୍କ କରୁଥିବା ବେଳେ ଅନ୍ୟଜଣେ ବ୍ୟକ୍ତି ହଠାତ୍ ମ୍ୟାନେଜରଙ୍କ ତଣ୍ଟି ଚାପି ଧରିବାକୁ ଉଦ୍ୟମ କରିଥିଲା । ତେବେ ଏହାକୁ ମ୍ୟାନେଜର ବିରୋଧ କରିବାରୁ ଦୁଇ ଯୁବକଙ୍କ ମଧ୍ୟରୁ ଜଣେ ଗୁଳି ଚଳାଇଥିଲା । ଦୁର୍ବୃତଙ୍କ ଗୁଳି ମ୍ୟାନେଜରଙ୍କ ପେଟରେ ବାଜିବା ପରେ ଘଟଣାସ୍ଥଳରୁ ସଙ୍ଗେ ସଙ୍ଗେ ଫେରାର ହୋଇଯାଇଥିଲେ ।  ତେବେ ଘଟଣା ସମୟରେ ବ୍ୟାଙ୍କରେ କେହି ସୁରକ୍ଷାକର୍ମୀ ନଥିଲେ ।

ଏହି ଘଟଣା ପରେ ମ୍ୟାନେଜରଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।