ବାଲେଶ୍ୱର ଅରଡ ବଜାରରେ ଅଭାବନୀୟ ଘଟଣା: ଗୁଳିମାଡରେ ନବବଧୂର ମୃତ୍ୟୁ, ପ୍ରେମବିବାହ କରି ଫେରିବା ପରେ ଅଘଟଣ

ଥାନାରେ ମାମଲା, ବାପପୁଅ ଅଟକ

86

କନକ ବ୍ୟୁରୋ: ବାଲେଶ୍ୱର ଅରଡ ବଜାର ଅଂଚଳରେ ଗୁଳିକାଣ୍ଡ । ଏଥିରେ ନବବଧୂର ମୃତ୍ୟୁ ହୋଇଥିବା ବେଳେ ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି ପରିବାର ଲୋକ । ମିଳିଥିବା ସୂଚନା ଅନୁସାରେ, ସ୍ଥାନୀୟ ଅଂଚଳର ପ୍ରେମୀଯୁଗଳ ଫେରାର ହୋଇଯାଇଥିଲେ ଏବଂ କୋର୍ଟରେ ବିବାହ କରିଥିଲେ । ସେମାନେ ଘରକୁ ଫେରିବା ପରେ ଗୁଳିକାଣ୍ଡରେ ଯୁବତୀଙ୍କ ମୃତ୍ୟୁ ଘଟିଛି । ଏହି ମାମଲାର ତଦନ୍ତ କରିବା ସହ ସହଦେବଖୁଂଟା ପୋଲିସ ମୃତକଙ୍କ ସ୍ୱାମୀ ଓ ତାଙ୍କ ବାପାକୁ ଥାନାରେ ଅଟକ ରଖିଛି ।