ବଳ ଦେଖାଇଲା ବିଏସଏଫ୍ ! ପାକିସ୍ତାନର ଆଖିବୁଜା ଗୁଳିମାଡକୁ ଦେଲା ଜବାବ୍

25

କନକ ବ୍ୟୁରୋ : ଭାରତ-ପାକ୍ ସୀମାରେ ଜାରି ରହିଛି ଅଘୋଷିତ ଯୁଦ୍ଧ । ବାରମ୍ବାର ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଛନ୍ତି ପାକ୍ ରେଞ୍ଜର୍ସ । ଆଉ ଏଥିରେ ସହଯୋଗ କରୁଛି ପାକିସ୍ତାନ ବର୍ଡର ଗାର୍ଡିଂ ଫୋର୍ସ । ସୀମାନ୍ତବର୍ତୀ ଗାଁଗୁଡିକ ଉପରେ ସୀମା ଆରପଟୁ ହେଉଛି ମୋର୍ଟାର ମାଡ । ଏହାର ଜବାବ ଦେବାପାଇଁ ପାକିସ୍ତାନର ୧୪ଟି ସେନା ବଙ୍କରକୁ ଉଡାଇ ଦେଇଛନ୍ତି ଭାରତୀୟ ଯବାନ । ସର୍ଜିକାଲ ଷ୍ଟ୍ରାଇକ ପରେ ଭାରତୀୟ ସେନାର ଏହା ବଡ ସଫଳତା ବୋଲି ଦାବି କରିଛି ବିଏସଏଫ୍ । ଏପରିକି ଅପରେସନର ଭିଡିଓ ଜାରି କରାଯାଇଛି ।

ପାକ୍ ଗୁଳିମାଡରେ ୨ ଶିଶୁ ଓ ୪ ମହିଳାଙ୍କ ସମେତ ୮ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ସେହିପରି ୨୨ ଜଣ ଆହତ ହେଲେଣି । ସେଥିପାଇଁ କଡା ଜବାବ ଦେଉଛି ଭାରତୀୟ ସେନା । ଭାରତର ପାଲଟା ଗୁଳିରେ ୨ ପାକିସ୍ତାନ ଯବାନଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ଦାବି କରାଯାଇଛି ।

ଏହା ସହ ଦେଖନ୍ତୁ ସୀମାରେ ଅଘୋଷିତ ଯୁଦ୍ଧ : ମୋର୍ଟାର ମାଡରେ ଟଳି ପଡିଲେ ୮ସାଧାରଣ ନାଗରିକ, ୨୨ ଗୁରୁତର