ବାଲାଟ ପୂର୍ବରୁ ଚାଲିଲା ବୁଲେଟ ! ବିଜେପୁର ଗୁଳିକାଣ୍ଡ ନେଇ ବିଜେଡି-ବିଜେପି ମୁହାଁମୁହିଁ, ଭୟରେ ଗାଁ ଛାଡିବାକୁ କହିଲେ ମନୋରଂଜନ  ପରିବାର

32

କନକ ବ୍ୟୁରୋ : ଉପ-ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ବିଜେପୁର ଗୁଳିକାଣ୍ଡ ଘଟଣା ଓଡ଼ିଶା ରାଜନୀତିକୁ ସରଗରମ କରିଦେଇଛି । ମୁହାଁମୁହିଁ ସ୍ଥିତିକୁ ଚାଲିଆସିଛନ୍ତି ବିଜେଡି ଓ ବିଜେପି । ଯୁବ ବିଜେପି ନେତାଙ୍କ ଘର ଉପରେ ଆକ୍ରମଣ ପ୍ରତିବାଦରେ ବିଜେପି ସତ୍ୟାଗ୍ରହ କରିଥିବା ବେଳେ ଗୃହ ସଚିବଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛିି । ଆଉ ଏହି ପୁରା ଘଟଣାରେ ସିଧାସଳଖ ବିଜେଡି ନେତା ତଥା ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଦାୟୀ କରିଛି ବିଜେପି । ଜବାବରେ ବିଜେଡି କହିଛି, ମିଛ ଲୋକପ୍ରିୟତା ପାଇଁ ଚେଷ୍ଟା କରୁଛି ଭାରତୀୟ ଜନତା ପାର୍ଟି ।
bijepurଉପ-ନିର୍ବାଚନର ତାରିଖ ଘୋଷଣା ହେବା ପୂର୍ବରୁ ବିଜେପୁରରେ ଗୁଳିକାଣ୍ଡ ଘଟଣା, ବିଜେଡି-ବିଜେପି ମଧ୍ୟରେ ବଢୁଥିବା ତିକ୍ତତାକୁ ଦ୍ୱିଗୁଣିତ କରିଦେଇଛି । ଯୁବ ବିଜେପି ନେତା ମନୋରଂଜନ ମେହେରଙ୍କ ଘର ଉପରେ ହୋଇଥିବା ଗୁଳିକାଣ୍ଡର ପ୍ରତିବାଦରେ ସତ୍ୟାଗ୍ରହକୁ ଓହ୍ଲାଇଛି ବିଜେପି । ଗୁଳିକାଣ୍ଡ ପାଇଁ ସିଧାସଳଖ, ଶ୍ରମ ମନ୍ତ୍ରୀ ସୁଶାନ୍ତଙ୍କୁ ଦାୟୀ କରିବା ସହ ବିଜେଡି ବିରୋଧରେ କରାଯାଇଛି ନାରାବାଜି ।

ଅନ୍ୟପଟେ ଗୁଳିକାଣ୍ଡ ପରେ ବିଜେପି ଯୁବ ମୋର୍ଚ୍ଚାର ମଣ୍ଡଳ ସଭାପତି ଥିବା ମନୋରଂଜନ ମେହେରଙ୍କ ପରିବାର ଲୋକ ଆତଙ୍କିତ ହୋଇଯାଇଛନ୍ତି । ଘଟଣା ପାଇଁ ଭଟଲି ବିଧାୟକ ସୁଶାନ୍ତଙ୍କ ହାତ ଥିବା ଖୋଲାଖୋଲି ଅଭିଯୋଗ କରିଥିବା ବେଳେ ସୁରକ୍ଷା ନମିଳିଲେ ଗାଁ ଛାଡ଼ିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି ମନୋରଂଜନ ମେହେରଙ୍କ ବାପା ।

ଆଉ ଏହି ଗୁଳିକାଣ୍ଡ ରାଜନୀତିର ମାହୋଲକୁ ଆହୁରି ସରଗରମ୍ କରିଛି । ରାଜ୍ୟ ବିଜେପି ସଭାପତି ବସନ୍ତପଣ୍ଡାଙ୍କ ନେତୃତ୍ୱରେ ବିଜେପି ପ୍ରତିନିଧି ଦଳ ଗୃହ ସଚିବଙ୍କୁ ସାକ୍ଷାତ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ସୁଶାନ୍ତ ସିଂଙ୍କ ସପକ୍ଷରେ ବିଜେଡି ବାହାରି ଆସିଥିବା ବେଳେ ମିଛ ଲୋକପ୍ରିୟତା ପାଇଁ ବିଜେପି ଚେଷ୍ଟା କରୁଥିବା ବିଜେଡି କହିଛି । କିନ୍ତୁ ବିଜେପି କହୁଛି- ଲୋକପ୍ରିୟତା ଦେଖି ବିଜେଡି ଭୟବୀତ ।

ଆଉ ଏସବୁ ଭିତରେ ଭାରତୀୟ ଜନତା ପାର୍ଟି ୨୦୧୯ ନିର୍ବାଚନ ଏବଂ ବିଜେପୁର ଉପ-ନିର୍ବାଚନ ପାଇଁ ପ୍ରସ୍ତୁତିକୁ ଜୋରଦାର କରଛି । ନୂଆ ଭୋଟରଙ୍କୁ ଟାର୍ଗେଟ୍ କରି ଆରମ୍ଭ କରିବାକୁ ଯାଉଛି କ୍ୟାମ୍ପେନ୍ । ବିଜେଡି-ବିଜେପିର ଏହି ଛକାପଞ୍ଝା ଭିତରେ ଉପ-ନିର୍ବାଚନର ତାରିଖ ଉପରେ ସମସ୍ତଙ୍କ ଉପରେ ନଜର । ଆଉ ନିର୍ବାଚନ ପରେ ହିଁ ଜଣାପଡ଼ିବ-ବିଜେପୁରରେ କାହାର ଅଛି କାହାର ଲୋକପ୍ରିୟତା ?