ଅଧରାତିରେ ଜଳିଗଲା ପାଇପ ଗୋଦାମ । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ସ୍ୱାହା

ନିଆଁ ଲିଭାଇବା ପାଇଁ ଅଗ୍ନିଶମ କର୍ମଚାରୀ ନାକେଦମ ନିଆଁ ଲିଭାଇବା ପାଇଁ ଅଗ୍ନିଶମ କର୍ମଚାରୀ ନାକେଦମ ନିଆଁ ଲିଭାଇବା ପାଇଁ ଅଗ୍ନିଶମ କର୍ମଚାରୀ ନାକେଦମ

113

କନକ ବ୍ୟୁରୋ: ଜଳିଗଲା ପାଇପ୍ ଗୋଦାମ । ଭୁବନେଶ୍ୱର ଷ୍ଟେସନ୍ ବଜାର ଅଂଚଳରେ ଘଟିଛି ଏହି ଅଘଟଣ । ଏକ ପାଇପ୍ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଅଗ୍ନିଶମ କର୍ମଚାରୀ ପହଁଚି ନିଆଁକୁ ଆୟତ କରିଥିଲେ ।

ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇ ଯାଇଥିବା ଜଣାପଡିଛି । ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ହୋଇଛି । ତେବେ କିପରି ଏବଂ କେଉଁ ପରିସ୍ଥିତିରେ ପାଇପ୍ ଗୋଦାମରେ ନିଆଁ ଲାଗିଛି ତାହାର କାରଣ ଏଯାଏ ଅସ୍ପଷ୍ଟ ରହିଛି ।