ବ୍ରହ୍ମପୁରର ଏକ ଶାଢୀ ଦୋକାନରେ ଅଗ୍ନିକାଣ୍ଡ : ସମସ୍ତ ମଲ, ହୋଟେଲରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ଅଛିକି ନାହିଁ ଯାଂଚ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

35

କନକ ବ୍ୟୁରୋ : ଅନେକ ମଲ,ହୋଟେଲ ଓ ବଡ଼ ବଡ଼ ଦୋକାନରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନଥିବା ହେତୁ ଅଗ୍ନିକାଣ୍ଡ ହେଉଛି । ମୁମ୍ବାଇ, ବାଙ୍ଗାଲୋର ଓ ଓଡ଼ିଶାର କଟକ ପରେ ,ବ୍ରହ୍ମପୁରର ଏକ ଶାଢୀ ଦୋକାନରେ ଅଗ୍ନିକାଣ୍ଡ ହୋଇଛି । କିନ୍ତୁ ରାଜ୍ୟ ସରକାରଙ୍କ ଏବେ ଚେତା ପଶିଛି । ସମସ୍ତ ମଲ ,ହୋଟେଲରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ଅଛିକି ନାହିଁ ଯାଂଚଞ୍ଚକରିବା ପାଇଁ ନିର୍ଦ୍ଦେଶ ଆସିିଛି । ଏହାପରେ ଆମେ କରିଥିଲୁ ରିଆଲିଟି ଚେକ୍ ।

ଦକ୍ଷିଣ ଓଡ଼ିଶାର ବ୍ୟବସାୟୀକ ପେଣ୍ଠସ୍ଥଳୀ ବ୍ରହ୍ମପୁର । ସହରରରେ ରହିଛି ୧୦ରୁ ଅଧିକ ମଲ, ହୋଟେଲ ଓ ଆପାର୍ଟମେଣ୍ଟ । କିନ୍ତୁ ଏହି ସବୁରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନଥିବା ଦେଖିବାକୁ ମିଳିଛି । ମଲରେ କେବଳ ଯିବାପାଇଁ ରାସ୍ତା ଅଛି କିନ୍ତୁ କୌଣସି ଦୁର୍ଘଟଣା ଘଟିଲେ ବାହାରକୁ ବାହାରିବା ପାଇଁ ହେଲେ ସେହି ମୁଖ୍ୟ ଦୁଆରରେ ହିଁ ବାହାରିବାକୁ ପଡ଼ିବ । ସେହିଭଳି ସମାନ ଅବସ୍ଥା ହୋଟେଲରେ ମଧ୍ୟ ଦେଖିବାକୁ ମିଳିଛି । ଅନ୍ୟପଟେ କର୍ମଚାରୀ କହିଛନ୍ତି ୨ ବର୍ଷ ପୂର୍ବରୁ ହିଁ ଅନୁମତି ମିଳିଛି କିନ୍ତୁ ଏବେ ନୁଆ ଅନୁମତି ମିଳିନାହିଁ ।

ଗତକାଲି ବ୍ରହ୍ମପୁର ହନୁମାନ ବଜାରରେ ଏକ ଶାଢୀ ଗୋଦାମରେ ନିଆଁ ଲାଗିଥିଲା । କେଉଁ କାରଣ ଯୋଗୁଁ ଜଣା ପଡ଼ିନଥିବା ବେଳେ ଗୋଦାମ ଅଗ୍ନି ନିର୍ବପକ ବ୍ୟବସ୍ଥା ନଥିବା ଜଣାପଡ଼ିଛି । ବ୍ରହ୍ମପୁର ସହରରେ ରହିଛି ବହୁ ହୋଟେଲ, ମଲ ଓ ଆପାର୍ଟମେଂଟଣ୍ଟ । କିନ୍ତୁ ଏହି ସବୁର ଅଗ୍ନି ନିର୍ବାପକ ବ୍ୟବସ୍ଥା ନଥିବା କହିଛନ୍ତି ଅଗ୍ନିଶମ ବିଭାଗ । ଏବେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିପରେ ଡ଼ିଜିଙ୍କ ଆଦେଶ କ୍ରମେ ବ୍ରହ୍ମପୁର ସହରର ପାଖାପାଖି ୫୦ଙ୍କୁ ନୋଟିସ କରାଯାଇଛି । ଏବଂ ଅଳ୍ପ ଦିନ ମଧ୍ୟରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନକଲେ ବନ୍ଦ କରାଯିବ ବୋଲି କହିଛନ୍ତି ।ନିକଟରେ କଟକରେ ଏକ ସପିଂ ମଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ତେଣୁ ସପିଂ ମଲ, ମେଡିକାଲ, ହୋଟେଲ ମାନଙ୍କରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ପ୍ରତି ଧ୍ୟାନ ଦେବା ଆବଶ୍ୟକ ।