ମଝି ସମୁଦ୍ରରେ ଲାଗିଲା ନିଆଁ ! ତୈଳ ବିନିମୟ ବେଳେ ଜଳିଗଲା ଜାହାଜ, ୧୪ ମୃତ, ଫସି ରହିଛନ୍ତି ୧୫ ଭାରତୀୟ । 

403

କନକ ବ୍ୟୁରୋ : ସମୁଦ୍ରରେ ଜାହାଜରେ ଲାଗିଲା ନିଆଁ । ଏଥିରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଋଷିଆ ଓ କ୍ରିମିଆକୁ ଅଲଗା କରୁଥିବା କ୍ରେଚ୍ ଷ୍ଟ୍ରେଟର ସମୁଦ୍ରରେ ତୈଳ ବିନିମୟ କରୁଥିବା ବେଳେ ହଠାତ ୨ଟି ଜାହାଜରେ ନିଆଁ ଲାଗିଯିବାରୁ ୧୪ଜଣ ନାବିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି ।

ଏହି ଜାହାଜରେ ପ୍ରାୟ ୧୫ ଜଣ ଭାରତୀୟ ଥିବା ଜଣାପଡିଛି । ଏହି ୨ଟି ଜାହାଜରେ ତାଂଜାନିଆର ପତାକା ଉଡୁଥିବା ବେଳେ ଗୋଟିଏରେ ତରଳୀକୃତ ପ୍ରାକୃତିକ ବାଷ୍ପ ଓ ଅନ୍ୟଟିରେ ତୈଳ ଟ୍ୟାଙ୍କର ଥିବା ଜଣାପଡିଛି । ରୁଷ୍ ଗଣମାଧ୍ୟମର ସୂଚନା ଅନୁସାରେ ଜାହାଜରେ ବିସ୍ଫୋରଣ ଘଟିବାରୁ ସଙ୍ଗେ ସଙ୍ଗେ ୨ଟି ଜାହାଜରେ ନିଆଁ ଲାଗି ଯାଇଥିଲା  । ନାବିକ ମାନେ ସମୁଦ୍ରକୁ ଡେଇଁ ଜୀବନ ବଂଚାଇବାକୁ ଉଦ୍ୟମ କରିଥିଲେ  ।