ସମଲେଶ୍ୱରୀ ଏକ୍ସପ୍ରେସରେ ଲାଗିଲା ନିଆଁ । ହୁତୁହୁତୁ ହୋଇ ଜଳିଲା ଟ୍ରେନର ଇଞ୍ଜିନ, ୨ ଷ୍ଟେସନ ମାଷ୍ଟରଙ୍କୁ ନିଲମ୍ବନ କଲା ରେଲୱେ ।

ପୁଣି ଟ୍ରେନରେ ଲାଗିଲା ନିଆଁ

213

କନକ ବ୍ୟୁରୋ : ପୁଣି ଟ୍ରେନରେ ଲାଗିଲା ନିଆଁ । ସମଲେଶ୍ୱରୀ ଏକ୍ସପ୍ରେସରେ ନଆଁ ଲାଗିଥିବା ନେଇ ମିଳିଛି ସୂଚନା । ରାୟଗଡାରେ ଏକ୍ସପ୍ରେସ ଟ୍ରେନ ସହ ବିଦ୍ୟୁତ ମେଂଟନାନ୍ସ ଇଞ୍ଜିନ ଧକ୍କା ହେବାରୁ ନିଆଁ ଲାଗିଛି । ଟ୍ରେନଟିରେ ସିଂହପୁର-କେଉଟପଡା ମଧ୍ୟରେ ନିଆଁ ଲାଗିଛି । ତେବେ ପ୍ରାଥମିକ ପର୍ଯ୍ୟାୟରେ କେତେ କ୍ଷୟକ୍ଷତି ହୋଇଛି ସେନେଇ କୌଣସି ସୂଚନା ମିଳିପାରିନାହିଁ ।

ତେବେ ଟ୍ରେନଟିରେ ନିଆଁ ଲାଗିଥିବା ପରେ ସେହି ରାସ୍ତା ଦେଇ ଯାଉଥିବା ଅନେକ ଟ୍ରେନକୁ ଅଟକା ଯାଇଥିବା ସହ ଘଟଣା ସ୍ଥଳରେ ରେଳବାଇର ଉଚ୍ଚପଦସ୍ଥ ଅଧିକାରୀମାନେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରୁଛନ୍ତି । ହେଲେ ଟ୍ରେନର କେତେ ପରିମାଣରେ ନିଆଁ ଲାଗିଛି ସେନେଇ କୌଣସି ସଠିକ ସୂଚନା ବର୍ତମାନ ସମୟରେ ମିଳିପାରିନାହିଁ ।

ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀ ମାନେ ପହଞ୍ଚିଛନ୍ତି । କେବଳ ଇଞ୍ଜିନରେ ନିଆଁ ଲାଗିଥିବାରୁ ଏହାକୁ ଯାତ୍ରୀଙ୍କ ବଗି ଠାରୁ ସମ୍ପୂର୍ଣ୍ଣ ଅଲଗା କରି ଦିଆଯାଇଛି । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚିବା ପରେ ନିଆଁଲିଭା କାର୍ଯ୍ୟ ଜାରି ରହିଛି । ତେବେ ଏହି ଘଟଣାରେ କର୍ତ୍ତବ୍ୟରେ ଅବହେଳା ପାଇଁ ୨ ଜଣ ଷ୍ଟେସନ ମାଷ୍ଟରଙ୍କୁ ସସପେଣ୍ଡ କରାଯାଇଛି । କେଉଟଗୁଡା ଓ ସିଙ୍ଗାପୁର ରୋଡ ଷ୍ଟେସନ ମାଷ୍ଟରଙ୍କୁ ସସପେଣ୍ଡ କରାଯାଇଥିବା ରେଲୱେ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏପରିକି ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ମଧ୍ୟ ସୂଚନା ମିଳିଛି ।