ରାଉରକେଲା ଏସବିଆଇରେ ଅଗ୍ନିକାଣ୍ଡ ! ଭୋର ଭୋରୁ ନିଆଁ, କାରଣ ଅସ୍ପଷ୍ଟ

19

କନକ ବ୍ୟୁରୋ: ଜଳିଲା ବ୍ୟାଙ୍କ । ରାଉରକେଲା ଏସବିଆଇରେ ଅଗ୍ନିକାଣ୍ଡ । ଆଜି ଭୋରରୁ ବ୍ୟାଙ୍କରେ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ । ନିଆଁଲିଭା କାମରେ ୪ଟି ଦମକଳ ବାହିନି ନିୟୋଜିତ ହୋଇଥିଲେ ।

ସୂଚନା ମୁତାବକ, ଆଜି ଭୋର ଆଜି ଭୋର ପ୍ରାୟ ୫ଟା ବେଳେ ରାଉରକେଲା ଏସବିଆଇ ମୁଖ୍ୟ ଶାଖାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ତେବେ ନିଆଁକୁ ଆୟତ୍ତ କରାଯାଇଛି। ନିଆଁ ଲିଭାଇବା ପାଇଁ ୪ଟି ଦମକଳ ଗାଡ଼ି ନିୟୋଜିତ ହୋଇଥିଲେ । ନିଆଁ ଲାଗିବାର କାରଣ ସଂପର୍କରେ କିଛି ସ୍ପଷ୍ଟ ହୋଇନାହିଁ ।